Homebreaking newsରାଜଧାନୀରେ ୨୪ ଘଣ୍ଟାରେ ୩ ମର୍ଡର, ୫ ଅଟକ

ରାଜଧାନୀରେ ୨୪ ଘଣ୍ଟାରେ ୩ ମର୍ଡର, ୫ ଅଟକ

ଭୁବନେଶ୍ୱର, (୦୫/୧୧) : ଆପ୍ର : ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୩ଟି ହତ୍ୟା କାଣ୍ଡ । ରାଜଧାନୀରେ ଅପରାଧ ନିୟନ୍ତ୍ରଣ କମିଶନରେଟ୍ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

​ଧଉଳି ଥାନା ଅଧୀନ ଶିଶୁପାଳଗଡ଼ ବଡ଼ଟାଙ୍କି ନିକଟରେ ଗୋଷ୍ଠୀ ସଂଘର୍ଷ ପରେ ଗୁଳିମାଡ଼ ଯୋଗୁଁ JCB କଣ୍ଟ୍ରାକ୍ଟର ତପନ ନାୟକଙ୍କ ମୃତ୍ୟୁ ଘଟିଛି । ​ଆର୍ଥିକ କାରବାର ବିବାଦ ଯୋଗୁଁ ଏହି ଗୁଳିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଗୁଳି ଚଳାଇଥିବା ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିବା ସହ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ​ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୁଦ୍ଧନଗରରେ ୭୬ ବର୍ଷୀୟା ବୃଦ୍ଧା କୁଞ୍ଜଲତା ନନ୍ଦଙ୍କୁ ତାଙ୍କ ଘରେ ନିର୍ମମ ଭାବେ ହତ୍ୟା କରାଯାଇଛି ।

​ତାଙ୍କ ମୁଣ୍ଡ ପଛପଟେ ଗଭୀର ଆଘାତ ଚିହ୍ନ ରହିଛି ଏବଂ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ନଗଦ ଟଙ୍କା ଲୁଟ୍ ହୋଇଛି । ଘରର କେୟାରଟେକର ବଳଭଦ୍ର ମହାରଣା ଏହି କାଣ୍ଡ ଭିଆଇ ସ୍କୁଟର ନେଇ ଫେରାର୍ ଥିବା ସନ୍ଦେହ କରାଯାଉଛି । ​ଚନ୍ଦ୍ରଶେଖରପୁର କେଳୁଚରଣ ପାର୍କ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି । ​ଦୁର୍ବୃତ୍ତମାନେ ବ୍ୟକ୍ତିଙ୍କୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଶବରେ ନିଆଁ ଲଗାଇ ଫିଙ୍ଗି ଦେଇଥିବା ଆଶଙ୍କା କରାଯାଉଛି । କମିଶନରେଟ୍ ପୋଲିସ ଘଟଣାର ତଦନ୍ତ ଜାରି ରଖିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments