Homelocalବାହୁଡା ଯାତ୍ରାରେ ଅଘଟଣ, ଅଣନିଶ୍ବାସୀ ହୋଇ ଜଣେ ମୃତ

ବାହୁଡା ଯାତ୍ରାରେ ଅଘଟଣ, ଅଣନିଶ୍ବାସୀ ହୋଇ ଜଣେ ମୃତ

ପୁରୀ, (୨୫/୦୭) : ଆପ୍ର : ପୁରୀ ବାହୁଡା ଯାତ୍ରାରେ ଅଣନିଶ୍ବାସୀ ହୋଇ ଜଣେ ମୃତ । ମୃତକ ହେଲେ ୫୭ ବର୍ଷୀୟ ଅବିରାମ ଦାସ । ତାଙ୍କ ଘର କଟକରେ ।

ଦେବୀ ସୁଭଦ୍ରାଙ୍କ ‘ଦର୍ପଦଳନ’ ରଥ ଟାଣିବା ସମୟରେ ପ୍ରବଳ ଭିଡ଼ ମଧ୍ୟରେ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ ଏବଂ ଅଚେତ ହୋଇଯାଇଥିଲେ। ଅନ୍ୟ ଭକ୍ତ ଏବଂ ଆରପିଏଫ କର୍ମଚାରୀମାନେ ତୁରନ୍ତ ତାଙ୍କୁ ନିକଟସ୍ଥ ବଗଲା ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତାଙ୍କ ପରିବାର ସଦସ୍ୟଙ୍କୁ ସୂଚନା ଦିଆଯାଇଛି । ସେହିପରି ଅନ୍ୟ କିଛି ଲୋକ ମଧ୍ୟ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କର ଚିକିତ୍ସା ଚାଲିଛି । ଏହି ବର୍ଷର ରଥଯାତ୍ରା ସମୟରେ ଏହା ତୃତୀୟ ମୃତ୍ୟୁ ବୋଲି କୁହାଯାଇପାରିବ । ପୂର୍ବରୁ, ଶ୍ରୀଗୁଣ୍ଡିଚା ଦିନ, ରଥ ଟାଣିବା ସମୟରେ ଶ୍ୱାସରୁଦ୍ଧ ହୋଇ ଦୁଇଜଣ ଭକ୍ତଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା । ସେପଟେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments