Homelocalମାଲକାନଗିରିରେ ମ୍ୟାଲେରିଆ ଆତଙ୍କ, ସ୍ଥିତି ଅନୁଧ୍ୟାନ କରୁଛନ୍ତି ସ୍ବାସ୍ଥ୍ୟ ବିଭାଗର ରାଜ୍ୟସ୍ତରୀୟ ଟିମ୍

ମାଲକାନଗିରିରେ ମ୍ୟାଲେରିଆ ଆତଙ୍କ, ସ୍ଥିତି ଅନୁଧ୍ୟାନ କରୁଛନ୍ତି ସ୍ବାସ୍ଥ୍ୟ ବିଭାଗର ରାଜ୍ୟସ୍ତରୀୟ ଟିମ୍

ମାଲକାନଗିରି, (୧୦/୦୯) : ଆପ୍ର : ମାଲକାନଗିରି ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ । ଗାଁ’ରେ ଗାଁ’ରେ ବ୍ୟାପୁଛି ମ୍ୟାଲେରିଆ ଜ୍ବର ।

ଆକ୍ରାନ୍ତଙ୍କ ସଂକ୍ୟା ବଢୁଥିବାବେଳେ ବଣ୍ଡାଘାଟିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ସ୍ବାସ୍ଥ୍ୟ ବିଭାଗର ରାଜ୍ୟସ୍ତରୀୟ ଟିମ୍ । ଦୁର୍ଗମ ଓ ଅପହଞ୍ଚପ୍ରବଣ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କିଭଳି ପଦକ୍ଷେପ ନିଆଯାଉଛି, ତାହା ଉପରେ ଟିମ୍ ଗୁରୁତ୍ୱ ଦେଇଥିଲା । ଏଥିସହ କଣ ରହିଛି ମ୍ୟାଲେରିଆ ସଂକ୍ରମଣର ସ୍ଥିତି ସେନେଇ ତଦାରଖ କରିଛନ୍ତି । ରୋଗୀଙ୍କୁ ଭେଟି ମ୍ୟାଲେରିଆର ସଠିକ ଚିକିତ୍ସା କରାଯାଉଛି କି ନାହିଁ ପଚାର ବୁଝିଛନ୍ତି । ବଣ୍ଡାଘାଟିର ଦାନ୍ତିପଡ଼ା ଗାଁରେ ଚିହ୍ନଟ ହୋଇଥିବା ଦୁଇଜଣ ମ୍ୟାଲେରିଆ ରୋଗୀଙ୍କୁ ଟିମ୍ ଭେଟିଥିଲା ।

ଗତ ଅଗଷ୍ଟ ମାସରେ ୨୭ ଜଣ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବାବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କର ଚିକିତ୍ସା କରାଯାଉଛି । ଗତବର୍ଷ ତୁଳନାରେ ଚଳିତବର୍ଷ ମାଲକାନଗିରି ଜିଲ୍ଲାରେ ମ୍ୟାଲେରିଆ ସ୍ଥିତି ଅପେକ୍ଷାକୃତ ଆଶ୍ୱସ୍ତିଜନକ ରହିଥିବା କହିଛନ୍ତି ମାଲକାନଗିରି ଏଡିପିଏଚଓ ଡା. ସୌଭାଗ୍ୟ ରଞ୍ଜନ ରାଣସିଂହ । ଦୁୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ନିୟମିତ ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଆହୁରି ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ଗୁରୁତ୍ୱାରୋପ କରିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments