Homelocalନିଶାମୁକ୍ତ ଯୁବ ସମାଜ ଓ ବିକଶିତ ଭାରତ ଗଠନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନିଶାମୁକ୍ତ ଯୁବ ସମାଜ ଓ ବିକଶିତ ଭାରତ ଗଠନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ଗୁଣୁପୁର, (୨/୮) : ଆପ୍ର : ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟରତ ମୋ ଭାରତ ପକ୍ଷରୁ ଦେଶବ୍ୟାପୀ ‘ନିଶାମୁକ୍ତ ଯୁବ – ବିକଶିତ ଭାରତ ସଙ୍କଳ୍ପ ଅଭିଯାନ’ ଆୟୋଜନ କରାଯାଇଛି ।

ନିଶାମୁକ୍ତ ଭାରତ ଗଠନ ଏବଂ ବିକଶିତ ଭାରତ–୨୦୪୭ର ଲକ୍ଷ୍ୟ ସାକାର ଦିଗରେ ଯୁବପିଢ଼ି ସଚେତନ ଓ ସଂଗଠିତ କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ । ଏହି ଅବସରରେ ଆଜି ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ପରିସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ଯୁବବର୍ଗଙ୍କୁ ଭର୍ଚୁଆଲ୍ ମାଧ୍ୟମରେ ସମ୍ବୋଧିତ କରିଥିଲେ । ସମଗ୍ର ଦେଶର ପ୍ରାୟ ୧୦ ହଜାର ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ଏକ କୋଟିରୁ ଅଧିକ ଯୁବକ-ଯୁବତୀ ସିଧାସଳଖ ଓ ଭର୍ଚୁଆଲ୍ ଭାବେ ଯୋଡ଼ି ହୋଇଥିଲେ । ଭାରତର ୧୨୫ ଗୋଟି ଶିକ୍ଷାନୁଷ୍ଠାନ ମଧ୍ୟରୁ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ଗୁଣୁପୁର ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଉପ ସଭାପତି ଡ଼ଃ ଚନ୍ଦ୍ରଧ୍ଵଜ ପଣ୍ଡା, ଉପ କୁଳପତି ଗୌତମ ଘୋଷ, ପ୍ରୋ ଭାଇସ ଚାନ୍ସେଲର ଡ଼ଃ ଏ ଭି ଏନ ଏଲ ଶର୍ମା,ପ୍ରୋ ଭାଇସ ଚାନ୍ସେଲର ଡ଼ଃ ବାଳକୃଷ୍ଣ ତ୍ରିପାଠୀ,ରେଜିଷ୍ଟ୍ରାର ଡ଼ଃ ଏନ୍ ଭି ଜେ ରାଓ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଯୁବ ଅଧିକାରୀ ବି କିଶୋର କୁମାର,ଜିଲ୍ଲା ସୁଚନା ଅଧିକାରୀ ନବୀନ ଲୋହନ ପ୍ରମୁଖ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ଏହି କାର୍ଯକ୍ରମରେ ବିଶ୍ୱବିଦ୍ୟାଳୟର ଛାତ୍ର ଛାତ୍ରୀ, ଅଧ୍ୟାପକ ,ଅଧ୍ୟାପିକ ମାନେ ‘ନିଶାମୁକ୍ତି ଯୁବ ପିଢୀ ଶପଥ’ ପାଠ କରିଥିଲେ । ଏହା ସହ ନିଶାଗ୍ରସ୍ତ ଯୁବ ପିଢୀ ଙ୍କୁ ନିଶା ମୁକ୍ତି ଓ ସ୍ୱାସ୍ଥ୍ୟ ଉଦ୍ଧାର କେନ୍ଦ୍ରର ପରାମର୍ଶ ଗ୍ରହଣ କରିବା ପାଇଁ ପ୍ରବର୍ତ୍ତାଇଥିଲେ । ଏହି କାର୍ଯ୍ୟକ୍ରମ ନିମନ୍ତେ ପୁର୍ବରୁ ବିଶ୍ୱବିଦ୍ୟାଳୟ ପକ୍ଷ ରୁ ବକୃତା ପ୍ରତିଯୋଗିତା, ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏଥିରେ କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ପୁରସ୍କୃତ ପ୍ରଦାନ କରାଯାଇଥିଲା । ଏହି କାଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟ ର ଜାତୀୟ ସେବା ଯୋଜନା ର ଅଧିକାରୀ ବାଣୀ ପ୍ରାସାଦ ନାୟକ, ଆବାହକ ପ୍ରେମଂ।ଶୁ ଶେଖର ରଥ, ପ୍ରମୋଦ କୁମାର ପଣ୍ତା ପ୍ରମୁଖ ପରିଚାଳନା କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments