Homebreaking newsକାର ଭିତରୁ ପୋଲିସ କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁକୁ ନେଇ ରହସ୍ୟ

କାର ଭିତରୁ ପୋଲିସ କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁକୁ ନେଇ ରହସ୍ୟ

ମୟୂରଭଞ୍ଜ, (୦୪/୦୮) : ଆପ୍ର : କାର ଭିତରୁ ଉଦ୍ଧାର ହେଲା ପୋଲିସ କନେଷ୍ଟବଳଙ୍କ ମୃତଦେହ । ମୟୂରଭଞ୍ଜ ପଦ୍ମନାଭପୁର ଏନଏଚ୍ ୧୮ ରାସ୍ତାକଡରେ ପାର୍କ ହୋଇଥିବା କାରରୁ ମୃତଦେହ ଉଦ୍ଧାର ହୋଇଛି ।

ମୃତକ ହେଲେ ଝାରପୋଖରିଆର ବସନ୍ତ ମହାନ୍ତ । ଗତକାଲି ସକାଳ ୧୧ଟାରୁ କାରଟି ରାସ୍ତା ପାର୍ଶ୍ବରେ ଛଡ଼ା ହୋଇଥିଲା । ଅପରାହଣ ଯାଏ କାର ସେମିତି ଥିବାରୁ, ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା । ପରେ କାର ସିଟରେ ବସନ୍ତଙ୍କ ମୃତଦେହ ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ତେବେ ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

ଏହି ଘଟଣାରେ ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । କନେଷ୍ଟବଳ ବସନ୍ତ ମହାନ୍ତଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା, ସେନେଇ ତଦନ୍ତ ଚାଲିଛି । ଘଟଣାସ୍ଥଳରୁ କିଛି ସୁରାକ ମିଳିଛି କି ନାହିଁ, ସେନେଇ ମଧ୍ୟ ପୋଲିସ ଯାଞ୍ଚ କରୁଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । ତେବେ ରାସ୍ତା କଡ଼ରେ ଥିବା କାର ଭିତରୁ ପୋଲିସ କର୍ମଚାରୀଙ୍କ ମୃତଦେହ ମିଳିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments