Homelocalହାତୀ ଆକ୍ରମଣରେ ଯୁବକ ମୃତ

ହାତୀ ଆକ୍ରମଣରେ ଯୁବକ ମୃତ

ପାଟଣା, (୩୦/୦୮) : ଆପ୍ର : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ଖିରେଇଟାଙ୍ଗିରୀ ସେକ୍ସନର ଡାବରଚୁଆ ଗ୍ରାମ ଦୁଧିଆଚୁଆ ସାହି ନିକଟରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।

ମୃତକ ଯୁବକ ଜଣକ ମଇଦାନକେଲ ପଞ୍ଚାୟତ ଅନ୍ତର୍ଗତ କେରୀ ଗ୍ରାମ ବଡ଼ପଶି ସାହିର ନୃସିଂହ ନାଏକଙ୍କ ନବଘନ ନାଏକ(୩୪) ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ ଧାନ ଫସଲରେ ପଶିଥିବା ୨୦ ଟିକିଆ ହାତୀ ପଲଙ୍କୁ ଘଉଡ଼ାଇବା ସମୟରେ ନବଘନଙ୍କୁ ଏକ ହାତୀ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା। ଏଥିରେ ସେ ଗୁରୁତର ହୋଇ ପଡ଼ିଥିଲେ । ବନ ବିଭାଗ ତାଙ୍କୁ ଉଦ୍ଧାର କରି କେନ୍ଦୁଝର ମେଡିକାଲରେ ଭର୍ତ୍ତି କରିଥିଲେ ।

ତେବେ ଚିକିତ୍ସାଧୀନ ଅବସ୍ଥାରେ ନବଘନଙ୍କ ମୃତ୍ୟୁ ଘଟିଛି । ଘଟଣା ସ୍ଥଳରେ ବନରକ୍ଷୀ ଦେବଯାନୀ ମହାନ୍ତ ଓ ପାରା କର୍ମଚାରୀ ମାନେ ହାତୀଙ୍କୁ ନଚିଡାଇବାକୁ ବାରଣ ସତ୍ତ୍ୱେ ଏଭଳି ଅଘଟଣ ଘଟିଛି । ଅନ୍ୟପକ୍ଷରେ ଗତକାଲି ଏହି ୨୦ ଟିକିଆ ହାତୀପଲ ଖିରେଇଟାଙ୍ଗିରୀ ସେକ୍ସନ ଅଞ୍ଚଳରେ ପ୍ରବେଶ କରି ବିଭିନ୍ନ ସ୍ଥାନରେ ଉପଦ୍ରବ ଚଳାଇଥିଲେ। ହାତୀପଲକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଜାରି ରହିଛି। ଘଟଣା ପରେ ବନ ବିଭାଗ ପକ୍ଷରୁ ହାତୀପଲର ଗତିବିଧି ଉପରେ ନଜର ରଖାଯାଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments