Homelocalମା’ ଲକ୍ଷ୍ମୀଙ୍କର ଭସାଣୀ ବେଳେ ଡିଜେରେ ଲାଗିଲା ନିଆଁ, ୨ ଆହତ

ମା’ ଲକ୍ଷ୍ମୀଙ୍କର ଭସାଣୀ ବେଳେ ଡିଜେରେ ଲାଗିଲା ନିଆଁ, ୨ ଆହତ

କଣିହାଁ, (୦୪/୧୦) : ଆପ୍ର : ଭସାଣୀ ବେଳେ ଅଘଟଣ । ମା’ ଲକ୍ଷ୍ମୀଙ୍କର ଭସାଣୀ ବେଳେ ଡିଜେରେ ଲାଗିଲା ନିଆଁ । ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ କଂସମୁଣ୍ତା ଗାଁରେ ମା’ ଲକ୍ଷ୍ମୀଙ୍କର ଏଗାରଟି ମେଢକୁ ନେଇ ଚାଲିଥିବା ଶୋଭାଯାତ୍ରା ।

ବାଜା ଓ ରୋଷଣୀରେ ଜମୁଥିଲା ଶୋଭାଯାତ୍ରା । ରାସ୍ତାର ଦୁଇ ପାଖରେ ଛିଡା ହୋଇ ଭସାଣୀ ଦେଖୁଥିଲେ ଲୋକ । ଏହି ସମୟରେ ହଠାତ୍ ଡିଜେରେ ନିଆଁ ଲାଗି ନିଆଁ ଛିଟିକା ଦୁଇ ଜଣ ଦେଖେଣାହାରୀଙ୍କ ଉପରେ ପଡିଥିଲା । ଗୁରୁତର ଆହତ ଅବସ୍ଥାରେ ଦୁଇ ଜଣଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କଣିହାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ କେଉଁ କାରଣରୁ ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments