Homelocalବୁଦ୍ଧିରେ ବିଚକ୍ଷଣ ଆସ୍ଵୀ ଆରାଧ୍ୟା, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ପାଇଲେ ସ୍ଥାନ

ବୁଦ୍ଧିରେ ବିଚକ୍ଷଣ ଆସ୍ଵୀ ଆରାଧ୍ୟା, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ପାଇଲେ ସ୍ଥାନ

ବାରଙ୍ଗ, (୦୪/୧୧) : ଆପ୍ର : ମାତ୍ର ୨ ବର୍ଷ ୧୦ ମାସ ବୟସରେ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି କୁନି ଝିଅ ଆସ୍ଵୀ ଆରାଧ୍ୟା ପଣ୍ଡା ।

କଟକ ଜିଲ୍ଲା ବାରଙ୍ଗ ବ୍ଲକ ମୁଣ୍ଡମୁହାଣ ଗାଁ’ରେ ରହୁଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବଛିପୁର ଅଞ୍ଚଳର ଅଶ୍ରୁମୋହନ ପଣ୍ଡା ଓ ତାଙ୍କ ପତ୍ନୀ ଅଲିଭା ପଣ୍ଡା । ପେଶାରେ ସେ ଏକ ଘରୋଇ ବ୍ୟାଙ୍କ ମ୍ୟାନେଜର ଏବଂ ତାଙ୍କ ପତ୍ନୀ ଜଣେ ଗୃହିଣୀ । ତାଙ୍କର ୨ ବର୍ଷ ୧୦ ମାସ ବୟସର କୁନି ଝିଅ ଆସ୍ଵୀ ଆରାଧ୍ୟା ପଣ୍ଡା ଚଳିତ ବର୍ଷ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ।

ପାଖାପାଖି ୨୫ ପ୍ରକାରର ଭିନ୍ନ ଭିନ୍ନ ଜିନିଷର ନାମ ମନେ ରଖିବା ଏବଂ ଚିହ୍ନଟ କରିବା, ଠାକୁରଙ୍କ ପଦ, ଫଳ ନାମ, ମେଡିକାଲ୍ ଉପକରଣ, ଜୀବଜନ୍ତୁ ମାନଙ୍କ ନାମ ଆଦି ସଠିକ୍ ଭାବେ କହିବାରେ କୁନି ଝିଅ ଆସ୍ଵୀ ଆରାଧ୍ୟା ପଣ୍ଡା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି । ବର୍ତ୍ତମାନ ସେ କେଜିରେ ପାଠ ପଢୁଛନ୍ତି । ୭ ମାସ ବୟସରୁ ତାଙ୍କ ଠାରେ ଏହି ପ୍ରତିଭା ଥିବା ପରିବାର ସଦସ୍ୟ ଜାଣିବାକୁ ପାଇଥିଲେ । ସେବେଠାରୁ ବିଭିନ୍ନ ଜିନିଷ, ବସ୍ତୁ ଏବଂ ମନ୍ତ୍ର ଗୁଡିକୁ ପରିବାର ସଦସ୍ୟ ଶିଖାଇଥିଲେ । ତେବେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବା ପରେ ପରିବାର ସଦସ୍ୟ ଓ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଭବିଷ୍ୟତରେ ଝିଅକୁ ଡାକ୍ତର କରିବାକୁ ଲକ୍ଷ୍ୟ ରଖିଛନ୍ତି ଅଶ୍ରୁମୋହନ ପଣ୍ଡା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments