ଗୋପ, (୩୧/୦୭) : ଆପ୍ର : ମାଂସ ବ୍ୟବସାୟୀଙ୍କ ଘରକୁ ବୋମା ମାଡ଼ । ପୁରୀ ଗୋପ ବସ୍ତିର ମାଂସ ବ୍ୟବସାୟୀ ସେକ୍ ତାଲିମ୍ ଙ୍କ ଘରକୁ ବୋମାମାଡ଼ ହୋଇଛି ।
ବିଳମ୍ବିତ ରାତିରେ ବୋମା ମାଡ଼ କରିଛନ୍ତି ଦୁର୍ବୃତ୍ତ । ସେକ୍ ତାଲିମ୍ ଙ୍କ ପରିବାର ରାତିରେ ଶୋଇଥିବା ସମୟରେ ଘର ଉପରକୁ ଦୁଇଟି ବୋମା ମାଡ଼ ହୋଇଥିଲା । ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ । ବୋମାର ଶବ୍ଦ ଏତେ ଜୋର୍ ଥିଲା ଯେ ପୁରା ବସ୍ତି ଥରି ଉଠିଥିଲା । ବୋମା ମାଡ଼ରେ ଘରର ଝରକା କାଚ ଭାଙ୍ଗି ଚୁରମାର୍ ହୋଇଯାଇଛି । ସୌଭାଗ୍ୟବଶତଃ ଏଥିରେ କେହି ଆହତ ହୋଇନାହାନ୍ତି । ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଇଛି । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ଗୋପ ଥାନା ପୋଲିସ ।
ବିସ୍ଫୋରଣ ସ୍ଥଳରୁ ବିଭିନ୍ନ ସାମଗ୍ରୀ ଜବତ କରାଯାଇଥିବା ବେଳେ, ଫରେନସିକ୍ ଟିମ୍ର ସହାୟତାରେ ମଧ୍ୟ ତଦନ୍ତ ଚାଲିଛି । ପ୍ରାଥମିକ ତଦନ୍ତରୁ ବ୍ୟବସାୟିକ ଶତ୍ରୁତାକୁ ନେଇ ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ତେବେ ପୋଲିସ ସମସ୍ତ ଦିଗକୁ ନଜରରେ ରଖି ଘଟଣାର ତଦନ୍ତ କରୁଛି । ଦୁର୍ବୃତ୍ତଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିବା ସୂଚନା ମିଳିଛି ।

