Homelocalଆସନ୍ତାକାଲିଠୁ ଆହୁରି କମିବ ବର୍ଷାର ପରିମାଣ, ପୁଣି ୨ରୁ ପୁଣି ପ୍ରବଳ ବର୍ଷା ସମ୍ଭାବନା

ଆସନ୍ତାକାଲିଠୁ ଆହୁରି କମିବ ବର୍ଷାର ପରିମାଣ, ପୁଣି ୨ରୁ ପୁଣି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, (୩୧/୦୭) : ଆପ୍ର : ବଦଳିଛି ପାଣିପଗ ମିଜାଜ , ଆସନ୍ତାକାଲିଠୁ ଆହୁରି କମିବ ବର୍ଷାର ପରିମାଣ

ଗଭୀର ଅବପାତ ବର୍ତ୍ତମାନ ପଶ୍ଚିମ କେନ୍ଦ୍ରୀୟ ଛତିଶଗଡ଼ ସଂଲଗ୍ନ ବିଦର୍ଭା ଓ ଦକ୍ଷିଣ ପୂର୍ବ ମଧ୍ୟ ପ୍ରଦେଶରେ ସକ୍ରିୟ ରହିଛି । ଓଡିଶା ଉପରୁ ଲଘୁଚାପ ଅପସରି ଯାଇଥିବା ବେଳେ ଓଡ଼ିଶାରେ ଲଘୁଚାପର ପ୍ରଭାବ ଆଉ ନାହିଁ । ତଥାପି ରାଜ୍ୟରେ କିଛି କିଛି ସ୍ଥାନରେ ହାକୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ଦକ୍ଷିଣ ଓଡ଼ିଶାରେ ମଧ୍ୟମ ବର୍ଷର ପ୍ରଭାବ ରହିବ । ୪ ଦିନ ପର୍ଯ୍ୟନ୍ତ ବଡ ବର୍ଷାର ସମ୍ଭାବନା ନଥିବା ବେଳେ ପୁଣି ବର୍ଷା ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ୧୮ ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସହ ୩୦ରୁ ୪୦ କିମି ଝଟକା ପବନର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ଆସନ୍ତାକାଲି ବର୍ଷାର ପରିମାଣ ଆହରୁ କମିବା ସହ ରାଜ୍ୟର ୧୩ ଜିଲ୍ଲାକୁ ବିଜୁଳି ଘଡଘଡି ବର୍ଷା ସହ ୩୦ରୁ ୪୦ କିମି ଝଟକା ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ବର୍ଣ୍ଣିଂ ଜାରି କରିଛି ବିଭାଗ । ଜୁଲାଇ ୧ ଯାଏ ବର୍ଷାର ପରିମାଣ କମ ରହିଵା ସହ ପୁଣି ୨ରୁ ପୁଣି ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ୫ ତାରିଖ ଯାଏ ରାଜ୍ୟରେ ବର୍ଷା ଲାଗିରହିବ ବୋଲି ପୂର୍ବାନୁମାନ କରିଛି ବିଭାଗ । ଗତ ୨୪ ଘଂଟାରେ ଅନେକ ସ୍ଥାନରେ ବର୍ଷା ହୋଇଥିବା ବେଳେ ୧୯ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ବେଳେ ଅତି ପ୍ରବଳ ୮ଟି ସ୍ଥାନରେ ରେକର୍ଡ କରାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments