ସୋର, (୩୧/୦୭) :ଆପ୍ର : ନଦୀରେ ଭାସି ଯୁବକ ମୃତ । ବାଲେଶ୍ୱର ଜିଲ୍ଲା ସୋର ସାଧୁଆପଡା (ସୁଲତାନ ପୁର) ଚିକିଡ଼ି ନଦୀ ରେ ଭାସି ଯାଇ ଯୁବକ ମୃତ ।
ଦୁଇ ସାଙ୍ଗ ଅଳ୍ପକେ ବର୍ତ୍ତିଲେ । ସାଧୁଆ ପଡା (ସୁଲତାନପୁର)ଗାଁର ବିଶ୍ୱଜିତ ପାତ୍ର ମୃତ । ଦିନ ୧୧ଟା ୩୦ ମିନିଟରେ ସାଙ୍ଗମାନଙ୍କ ସହିତ ମୂଳିସିଂ ଜେଲ ନିକଟ ନଦୀକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ଗୋଡ଼ ଖସିଯିବାରୁ ଘଟଣା ସ୍ଥଳ ଠାରୁ ନଦୀରେ ପ୍ରାୟ ଦୁଇ କିଲୋମିଟର ଦୂରକୁ ଭାସି ଯାଇଥିଲେ । ସାଥିରେ ଥିବା ସାଙ୍ଗ ମାନେ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇ ଗାଁ ଲୋକଙ୍କୁ ଡାକିଥିଲେ । ଘଟଣା ପରେ ସୋର ଦମକଳ ବାହିନୀ ମୃତକଙ୍କୁ ଖୋଜି ଉଦ୍ଧାର କଲେ ।

