ମନମୁଣ୍ଡା ମଣ୍ଡିରୁ ଉଠୁନି ଧାନ : ଆନ୍ଦୋଳନ ପାଇଁ ଚାଷୀ ସଜବାଜ

Date:

Share post:

ବୌଦ୍ଧ, (୨୩/୦୬) : ଆପ୍ର : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ମଣ୍ଡିରୁ ଉଠୁନି ଧାନ । ଅବ୍ୟବସ୍ଥା ଘେରରେ ସରକାରୀ ଓ ପ୍ରଶାସନିକ ଧାନ କିଣା ବ୍ୟବସ୍ଥା ରହିଥିବା ବେଳେ ମଣ୍ଡିରେ ଶହ ଶହ କୁଇଂଟାଲ ଧାନ ପଡିରହିଥିବା ଜଣାପଡ଼ିଛି ।

ପ୍ରାୟ ୨୮୦ ଜଣ ଚାଷୀଙ୍କ ପାଖାପାଖି ୧୧ ହଜାର କୁଇଂଟାଲ ଧାନ ମଣ୍ଡିକୁ ଗାଡି ନ ଆସିବା ଫଳରେ ପଡି ରହିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ଗତ ଜୁନ ୧ ତାରିଖରୁ ଟୋକନ ଆସିଥିବା ବେଳେ ୩୦ ତାରିଖରେ ଟୋକନର ଅବଧି ସରିବାକୁ ବସିଥିବା ବେଳେ ବର୍ଷାରେ ଭିଜି ଚାଷୀଙ୍କ ଧାନ ଗଜା ହୋଇଗଲାଣି । ମଣ୍ଡିରେ ଖୋଲା ଆକାଶ ତଳେ ଧାନ ପଡି ରହିଥିବାରୁ କେବେ ଧାନ ବିକିବେ ସେନେଇ ବର୍ତ୍ତମାନ ଚିନ୍ତାରେ ଚାଷୀ । ତେଣୁ ତୁରନ୍ତ ମନ୍ଦିରୁ ଧାନ ଉଠାଇବାକୁ ଦାବି କରିବା ସହ ଯଦି ଧାନ ନ ଉଠେ ତେବେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ଚାଷୀମାନେ ।

LEAVE A REPLY

Please enter your comment!
Please enter your name here

spot_img

Related articles

ପୁଣି ଘୁଞ୍ଚିଲା ଓଟିଇଟି ପରୀକ୍ଷା, ଜୁଲାଇ ୫ ପରୀକ୍ଷା ନେଇ ସୂଚନା ଜାରି

କଟକ, (୨୩/୦୬) : ଆପ୍ର : ପୁଣି ଘୁଞ୍ଚିଲା ଓଟିଇଟି ପରୀକ୍ଷା । ଜୁନ ୨୮ ରେ ହେବାକୁ ଥିବା ଏହି ଓଟିଇଟି ପରୀକ୍ଷା...

ନାବାଳିକା ଝିଅ ସହ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତ ବାପା ଗିରଫ

ବରଗଡ଼, (୨୩/୦୬) : ଆପ୍ର : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଅଞ୍ଚଳରେ ଲଜ୍ଜାଜନକ ଘଟଣା ଘଟିଛି । ନାବାଳିକା ଝିଅକୁ...

ସ୍କୁଲରେ ଡିଇଓଙ୍କ ଆକସ୍ମିକ ପରିଦର୍ଶନ, ଶିକ୍ଷା କ୍ଷେତ୍ରେ ନୂଆ ଉତ୍ସାହ

ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା, ଶିକ୍ଷାଦାନର ମାନ ଯାଞ୍ଚ ମୁରିବାହାଲ, (୨୩/୦୬) : ଆପ୍ର : ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର...

ପଲିଥିନକୁ ବାଏ ବାଏ; ଆସନ୍ତାକାଲି ଠାରୁ ବ୍ରହ୍ମପୁରରେ କଡ଼ା ଆକ୍ସନ, ଧରାପଡ଼ିଲେ ଗଣିବେ ତଣ୍ଡ

ବ୍ରହ୍ମପୁର, (୨୩/୦୬) : ଆପ୍ର : ପଲିଥିନ ମୁକ୍ତ ହେବ ବ୍ରହ୍ମପୁର ସହର। ପରିବେଶ ସୁରକ୍ଷା ଏବଂ ସହରକୁ ସ୍ୱଚ୍ଛ ରଖିବା ଲକ୍ଷ୍ୟରେ ବ୍ରହ୍ମପୁର...