କନ୍ଧମାଳ, (୦୫/୧୧) : ଆପ୍ର : କନ୍ଧମାଳ ଜିଲ୍ଲା ଜି.ଉଦୟଗିରିର ଗିଡ଼ିପାବାଲି ଭୂସ୍ଖଳନ ଘଟଣାରେ ବଢ଼ିବାରେ ଲାଗିଛି ମୃତକଙ୍କ ସଂଖ୍ୟା ।
ଭୂସ୍ଖଳନ ସ୍ଥଳରୁ ଆଉ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ମୃତଦେହ ମଧ୍ୟରେ ଜଣେ ଶିଶୁ ଏବଂ ଜଣେ ମହିଳା ରହିଛନ୍ତି । ଏହା ପୂର୍ବରୁ ଘଟଣାସ୍ଥଳରୁ ଆଉ ୨ଟି ମୃତଦେହ ଉଦ୍ଧାର ହୋଇଥିଲା । ଫଳରେ ଏହି ଭୂସ୍ଖଳନ ଘଟଣାରେ ମୋଟ ୪ଟି ମୃତଦେହ ଉଦ୍ଧାର ହୋଇସାରିଛି । ଅନ୍ୟପଟେ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ର ଅଭିଯାନ ଜାରି ରହିଛି । ମାଟି ଅତଡ଼ା ତଳେ ଆଉ କେହି ଫସି ରହିଛନ୍ତି କି ନାହିଁ, ସେନେଇ ଖୋଜାଖୋଜି ଚାଲିଛି । ଏହି ଦୁଃଖଦ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଉଦ୍ଧାର କାର୍ଯ୍ୟର ପରବର୍ତ୍ତୀ ଅପଡେଟ୍ ଉପରେ ସମସ୍ତଙ୍କ ନଜର ରହିଛି ।

