ଗୁଣୁପୁର, (୨୦/୦୮) : ଆପ୍ର : ଆଜି ତା- ୨୦.୦୮.୨୦୨୬ ରିଖରେ ଜିଲ୍ଲା ପ୍ରଶାସନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଗୁଶୁପୁର ପୈରପରିଷଦ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଗୁଣୁପୁର ସ୍ଥିତ ଟାଉନ ହଳ ପରିସରରେ ଅନୁଷ୍ଠିତ ହୋଇଅଛି ।
ଉକ୍ତ ଦିବସରେ ପରିଷଦ ଅଧ୍ୟକ୍ଷ । ଶ୍ରୀମତୀ ମମତା ଗୌଡ, ପରିଷଦ ବୃଦଂ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ଼, ଶ୍ରୀମତୀ ଏଲିଜାବେଥ ଗୋରଡା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ଼, ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ ଓ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଗୁଣୁପୁର ଶ୍ରୀମତୀ ରଞ୍ଜିତା ବେହେରା ଶିବିରରେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୨୩୮ ଜଣ ଭିନ୍ନକ୍ଷମଙ୍କ ପଞ୍ଜୀକରଣ କରାଯିବା ସହ ୫ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସି. ପି ଚେୟାର ଓ ୨ ଜଣ ଭିନ୍ନକ୍ଷମଙ୍କୁ ଚାଲିବା ବାଡି ପ୍ରଦାନ କରାଗଲା ।
ଉକ୍ତ ଶିବିରରେ ୧୩୧ ଜଣ ଭିନ୍ନକ୍ଷମଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ, ଭେଷଜ ବିଶେଷଜ୍ଞ, ଅସ୍ଥିଶଲ୍ୟ ବିଶେଷଜ୍ଞ, ମାନସିକ ରୋଗ ବିଶେଷଜ୍ଞ, ନାସା କର୍ଣ୍ଣ ଗଳା ବିଶେଷଜ୍ଞ, ବରିଷ୍ଠ ଫାର୍ମାସିଷ୍ଟଙ୍କ ଦ୍ଵାରା ପରୀକ୍ଷା କରାଯାଇ ଆଗାମୀ ଦିନରେ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରାଯିବ । ଏହି ଶିବିରକୁ ଶ୍ରୀ ସନ୍ତୋଷ କୁମାର ନାୟକ, ନିର୍ବାହୀ ଅଧିକାରୀ ଗୁଣୁପୁର, ଶ୍ରୀ ବି କିରଣ, ବରିଷ୍ଟ ସହାୟକ, ଶ୍ରୀ ଭାସ୍କର ପ୍ରଧାନ , ଏକୌଟେଣ୍ଟ ପରିଚାଳନା କରିଥିଲେ ଏବଂ ଗୁଣୁପୁର ପୌରପରିଷଦ ର ସମସ୍ତ କର୍ମଚାରୀ ବୃନ୍ଦ ଉକ୍ତ ଶିବିର ରେ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।

