Homebreaking newsଭିଜିଲାନ୍ସ ଜାଲରେ ସରକାରୀ ଉପ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ

ଭିଜିଲାନ୍ସ ଜାଲରେ ସରକାରୀ ଉପ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ

ଭୁବନେଶ୍ୱର, (୦୬/୧୦) : ଆପ୍ର : ମଧ୍ୟାହ୍ନ ଭୋଜନ ଯୋଜନାର ଟଙ୍କା ଛାଡ଼ିବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ୍ ଅଧୀନ ଏକ ସରକାରୀ ୟୁପି ସ୍କୁଲର ପ୍ରଧାନଶିକ୍ଷକ ଶେଖ୍ ରୟାଜ୍ ଅଲ୍ଲୀ ।

ସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ଏମଡିଏମ୍ ଯୋଜନାରେ ୪ ମାସ ଧରି ନିଜ ଟଙ୍କାରେ କରିଥିବା ଖର୍ଚ୍ଚର ପ୍ରାପ୍ୟ ପାଇବାକୁ ଚାହିଁଥିଲେ । ତେବେ ଟଙ୍କା ଆବଣ୍ଟନ ଓ ଉଠାଣ ପୂର୍ବରୁ ତାଙ୍କର ଅବ୍ୟାହତି ହୋଇଥିବାରୁ, ସରକାରୀ ନିୟମ ଅନୁଯାୟୀ ଚେକ୍ ମାଧ୍ୟମରେ ଉକ୍ତ ଅର୍ଥ ଦେବାକୁ ବର୍ତ୍ତମାନର ପ୍ରଧାନଶିକ୍ଷକଙ୍କୁ ଅନୁରୋଧ କରିଥିଲେ । ଅଭିଯୋଗ ଅନୁସାରେ, ଚେକ୍ ଜାରି କରି ଟଙ୍କା ଛାଡ଼ିବା ପାଇଁ ପ୍ରଧାନଶିକ୍ଷକ ଶେଖ୍ ରୟାଜ୍ ଅଲ୍ଲୀ ୧୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ।

ଏନେଇ ପୂର୍ବତନ ପ୍ରଧାନଶିକ୍ଷକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ୍ ଆଜି ଜାଲ ବିଛାଇଥିଲା । ଲାଞ୍ଚ ଟଙ୍କା ନେଉଥିବା ବେଳେ ଶେଖ୍ ରୟାଜ୍ ଅଲ୍ଲୀଙ୍କୁ ଭିଜିଲାନ୍ସ ଧରିଥିଲା। ତାଙ୍କଠାରୁ ସମ୍ପୂର୍ଣ୍ଣ ୧୫ ହଜାର ଟଙ୍କାର ଲାଞ୍ଚ ଅର୍ଥ ଜବତ କରାଯାଇଛି । ଟ୍ରାପ ପରେ ଆୟବର୍ହିଭୂତ ସମ୍ପତ୍ତି ଠାବ ପାଇଁ ଶେଖ୍ ରୟାଜ୍ ଅଲ୍ଲୀଙ୍କ ସମ୍ପର୍କିତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଆରମ୍ଭ କରିଛି ଓଡ଼ିଶା ଭିଜିଲାନ୍ସ । ଏହି ଘଟଣାରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନର ଧାରା ୭ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ପ୍ରଧାନଶିକ୍ଷକ ଶେଖ୍ ରୟାଜ୍ ଅଲ୍ଲୀଙ୍କ ବିରୋଧରେ ତଦନ୍ତ ଜାରି ରହିଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments