Homelocalଶ୍ରୀମନ୍ଦିରରେ ଭିଆଇପି ଦର୍ଶନ ପାଇଁ ଅନ୍‌ଲାଇନରେ ବିଜ୍ଞାପନ ଘଟଣା, କେନ୍ଦ୍ରାଞ୍ଚଳ ଆଇଜି କଲେ ଖଣ୍ଡନ

ଶ୍ରୀମନ୍ଦିରରେ ଭିଆଇପି ଦର୍ଶନ ପାଇଁ ଅନ୍‌ଲାଇନରେ ବିଜ୍ଞାପନ ଘଟଣା, କେନ୍ଦ୍ରାଞ୍ଚଳ ଆଇଜି କଲେ ଖଣ୍ଡନ

ପୁରୀ, (୨୦/୦୭) : ଆପ୍ର : ଶ୍ରୀମନ୍ଦିରରେ ଭିଆଇପି ଦର୍ଶନ ପାଇଁ ଅନ୍‌ଲାଇନରେ ବିଜ୍ଞାପନ ଘଟଣାରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଯିଏ ଏଭଳି ବିଜ୍ଞାପନ ଦେଇଛି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି । ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ eoOdisha ନାଁରେ ଏତଲା ଦିଆଯାଇଛି । ଭିଆଇପି ଦର୍ଶନ ପାଇଁ ଆମର କୌଣସି ବ୍ୟବସ୍ଥା ନାହିଁ । ସେଥିପାଇଁ ଆମର କୌଣସି ନିୟମ ମଧ୍ୟ ନାହିଁ । ମହାପ୍ରଭୁଙ୍କୁ ସୁବିଧାରେ ଦର୍ଶନ କରାଇଦେବା ନାଁରେ ସୋସିଆଲ୍ ମିଡିଆରେ ବିଜ୍ଞାପନ ଘୁରି ବୁଲୁଛି । ଜଗନ୍ନାଥ ଧାମ ଦର୍ଶନ ଏବେ ଆହୁରି ସହଜ ନେଇ ବିଜ୍ଞାପନରେ ଦର୍ଶାଯାଇଛି ।

ଇଓ ଓଡ଼ିଶା ପକ୍ଷରୁ ବିଜ୍ଞାପନ ସୋସିଆଲ୍ ମିଡିଆରେ ପୋଷ୍ଟ କରାଯାଇଛି । ପ୍ରଶାସନ କୌଣସି ବ୍ୟକ୍ତି କିମ୍ବା ସଂସ୍ଥାକୁ ଟଙ୍କା ଦେଇ ଭିଆଇପି ଦର୍ଶନ ସୁବିଧା ଦେବାର ଅଧିକାର ଦେଇ ନାହିଁ ।“ଇଓଓଓଡିଶା” ନାମକ ସଂସ୍ଥା ଦ୍ୱାରା ଦିଆଯାଇଥିବା ଏହି ବିଜ୍ଞାପନ ସମ୍ପୂର୍ଣ୍ଣ ମିଥ୍ୟ ଏବଂ ସାଧାରଣ ଲୋକଙ୍କୁ ଠକେଇ କରିବା ପାଇଁ କରାଯାଇଛି । ତେଣୁ ସାଧାରଣ ଲୋକଙ୍କୁ ଏପରି ପ୍ରକାରର ବିଜ୍ଞାପନ ଉପରେ ବିଶ୍ୱାସ ନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

ସେପଟେ କ୍ତଙ୍କ ଗହଣରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ଗୁଣ୍ତିଚା ମନ୍ଦିର ଜନ୍ମବେଦୀକୁ ଆସିଛନ୍ତି । ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ହଜାର ହଜାର ଭକ୍ତ ଆଉ ଶ୍ରଦ୍ଧାଳୁ । ଶୃଙ୍ଖଳିତ ଦର୍ଶନକୁ ନେଇ କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାଏକଙ୍କ ପ୍ରତିକ୍ରିୟା ରଖିଛନ୍ତି । ଆଜି ହେରାପଞ୍ଚମୀ ପାଇଁ ଅଧିକ ଭକ୍ତ ଆସିବେ । ସେଥିପାଇଁ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ୮ ଭାଗରେ ବିଭକ୍ତ କରାଯାଇଛି । ଯଥେଷ୍ଟ ପୋଲିସ ଫୋର୍ସ ଅଛନ୍ତି । ରାତିରେ ହେରାପଞ୍ଚମୀ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଏହାସହ ମଙ୍ଗଳବାର ରଥ ଦକ୍ଷଣ ମୋଡ଼ ପାଇଁ ୫୨ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି । ପ୍ରଶାସନ ତରଫରୁ ଦିଆଯାଇଥିବା ନିୟମକୁ ମାନିବାକୁ ଲୋକ ମାନଙ୍କୁ ଅନୁରୋଧ କଲେ କେନ୍ଦ୍ରାଞ୍ଚଳ ଆଇଜି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments