Homelocalରାୟଗଡା ପୌରପାଳିକା ପକ୍ଷରୁ “କ୍ୟାଚ୍ ଦ ରେନ୍” ସଚେତନତା ଅଭିଯାନ ଆରମ୍ଭ

ରାୟଗଡା ପୌରପାଳିକା ପକ୍ଷରୁ “କ୍ୟାଚ୍ ଦ ରେନ୍” ସଚେତନତା ଅଭିଯାନ ଆରମ୍ଭ

ରାୟଗଡା, (୨୧/୦୭) : ଆପ୍ର : ଜଳ ସଂରକ୍ଷଣ ଓ ବର୍ଷାଜଳ ସଞ୍ଚୟର ଗୁରୁତ୍ୱ ସମ୍ପର୍କରେ ସହରବାସୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ରାୟଗଡା ପୌରପରିଷଦ ପକ୍ଷରୁ “କ୍ୟାଚ୍ ଦ ରେନ୍” ସଚେତନତା ଅଭିଯାନ ଆରମ୍ଭ କରାଯାଇଛି ।

ଏହି ଅଭିଯାନର ଅଂଶ ସ୍ୱରୂପ ରାୟଗଡ଼ ପୌରପରିଷଦ ଅଞ୍ଚଳର ବିଭିନ୍ନ ପ୍ରମୁଖ ସ୍ଥାନରେ ଜନସାଧାରଣଙ୍କୁ ବର୍ଷାଜଳ ସଞ୍ଚୟ ଏବଂ ଜଳ ସଂରକ୍ଷଣ ସମ୍ପର୍କରେ ସଚେତନ କରିବା ପାଇଁ ହୋର୍ଡିଂ ଓ ବ୍ୟାନର ସ୍ଥାପନ କରାଯାଇଛି । ସେହିପରି ପୌରପରିଷଦର କାର୍ଯ୍ୟାଳୟ ପରିସରରେ ସୂଚନାମୂଳକ ଷ୍ଟାଣ୍ଡି ମଧ୍ୟ ସ୍ଥାପନ କରାଯାଇଛି, ବିଭିନ୍ନ ଛକ ମାନଙ୍କରେ ଲାଗିଥିବା ଏଲ ଇ ଡି ମାଧ୍ୟମରେ ଏହାର ବହୁଳ ପ୍ରଚାର ପ୍ରସାର କରାଯାଉ ଅଛି ଯାହା ମାଧ୍ୟମରେ ନାଗରିକମାନେ ବର୍ଷାଜଳ ସଞ୍ଚୟର ବିଭିନ୍ନ ପଦ୍ଧତି ଓ ଏହାର ସୁଫଳ ସମ୍ପର୍କରେ ଅବଗତ ହୋଇପାରିବେ । ରାୟଗଡା ପୌର ପରିଷଦର ଅଧ୍ୟକ୍ଷ ଶ୍ରୀ ପି ମହେଶ ପଟ୍ଟନାୟକ ନାୟକ ସହରବାସୀଙ୍କୁ ନିବେଦନ କରି କହିଛନ୍ତି ଯେ, ବର୍ଷାଜଳର ପ୍ରତ୍ୟେକ ବୁନ୍ଦ ଅମୂଲ୍ୟ ସମ୍ପଦ । ବର୍ଷାଜଳ ସଞ୍ଚୟ ପ୍ରଣାଳୀକୁ ନିଜ ଘର, ଅନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଅବଲମ୍ବନ କରି ଭୂତଳ ଜଳସ୍ତର ବୃଦ୍ଧି, ଜଳ ଅଭାବ ଦୂରୀକରଣ ଏବଂ ପରିବେଶ ସୁରକ୍ଷାରେ ସମସ୍ତେ ସହଯୋଗ କରନ୍ତୁ । ସେହିପରି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କୁଳଦୀପ କୁମାର ଜନସାଧାରଣଙ୍କୁ ଅପିଲ କରିଛନ୍ତି ଯେ ସମସ୍ତେ ମିଶି “ବର୍ଷାଜଳକୁ ସଂରକ୍ଷଣ କରନ୍ତୁ ଏବଂ ଭବିଷ୍ୟତ ପାଇଁ ଜଳ ସଞ୍ଚୟ କରନ୍ତୁ । ଏହି ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାକୁ ହେବ ବୋଲି ସେ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments