ବଲାଙ୍ଗିର, (୦୪/୦୯) : ଆପ୍ର : ବଲାଙ୍ଗିର ସ୍ଥିତ ଲେଜରେ ଆଜି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହାଆଡମ୍ବର ଓ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି ।
ଏହି ଅବସରରେ କଲେଜର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ଉତ୍ସାହର ସହ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ଅଧକ୍ଷ୍ୟା ଡ. ମନସ୍ମିତା ମିଶ୍ର ସ୍ୱାଗତ ଭାଷଣ କରିଥିଲେ, କଲେଜର ଉପ ଅଧକ୍ଷ୍ୟା ଶ୍ରୀମତୀ ଏ ବି ରାମ ଲିପ୍ସା, ଉପଦେଷ୍ଟା ଶ୍ରୀଯୁକ୍ତ ମନରଞ୍ଜନ ସହୁ, ନିଦ୍ଦେଶକ ଶ୍ରୀଯୁକ୍ତ ପିତବାସ ପଣ୍ଡା, ଚେୟାରମେନ୍ ସିଏ ଶ୍ରୀକାନ୍ତ ଶର୍ମା, ଶ୍ରୀ ଜଗନ୍ନାଥ ପବ୍ଲିକ ସ୍କୁଲ ର ନିଦ୍ଦେଶିକା ଶ୍ରୀମତୀ ସୁମନ ଶର୍ମା, ଅଧକ୍ଷ୍ୟା ଦିବ୍ୟା ଦାସ ଉପସ୍ଥିତ ଥିବା ବେଲେ ମୁଖ୍ୟ ଅତିଥି ଭାବରେ ବରିଷ୍ଟ ଆଇନଯିବି ଶ୍ରୀଯୁକ୍ତ ମହେନ୍ଦ୍ର ଅଗ୍ରୱାଲ ପୁଣି ଅତିଥି ଭାବରେ କିଶୋର ରଥ ପୁର୍ବତନ ସଭାପତି ବାଣିଜ୍ୟ ସଙ୍ଘ ଅତିଥିମାନଙ୍କ ଅଭିଭାଷଣ ପ୍ରଦାନ କରିଥିବାବେଲେ, ଭଜନ, ଶ୍ରୀକୃଷ୍ଣଙ୍କ ଜୀବନୀ ଓ ଲୀଳା ଆଧାରିତ ନୃତ୍ୟ, ନାଟକ ଏବଂ ବିଭିନ୍ନ ସାଂସ୍କୃତିକ ପରିବେଷଣ ଅନୁଷ୍ଠିତ ହୋଇଥିଲା ।
କଲେଜର ଛାତ୍ରଛାତ୍ରୀଙ୍କ ସହ ଶ୍ରୀ ଜଗନ୍ନାଥ ପବ୍ଲିକ ସ୍କୁଲ ର ଛାତ୍ରଛାତ୍ରୀମାନେ ମଧ୍ୟ ଦଲଗତ ନୃତ୍ୟ ଓ ଅନ୍ୟାନ୍ୟ ସାଂସ୍କୃତିକ କାଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀଙ୍କ ଆକର୍ଷଣୀୟ ପରିବେଷଣ ଉପସ୍ଥିତ ସମସ୍ତଙ୍କ ମନ ମୋହିଥିଲା ପୁଣି ଛାତ୍ରଛାତ୍ରୀଙ୍କ । ଜନ୍ମାଷ୍ଟମୀ ଅବସରରେ ଶ୍ରୀକୃଷ୍ଣଙ୍କ ଜୀବନ, ଆଦର୍ଶ ଓ ଧର୍ମ-ନୀତିର ମହତ୍ତ୍ୱ ଉପରେ ଆଲୋକପାତ କରାଯାଇଥିଲା। ଏହି ଆୟୋଜନ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ମନରେ ଭାରତୀୟ ସଂସ୍କୃତି, ପରମ୍ପରା ଓ ଆଧ୍ୟାତ୍ମିକ ମୂଲ୍ୟବୋଧ ପ୍ରତି ସମ୍ମାନ ବୃଦ୍ଧି ପାଇଥିଲା ।
ଶେଷରେ ଶୀକ୍ଷକ ମାନସ ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଲ ପ୍ରଶାସନିକ ଅଧିକାରି ଶ୍ରୀ ଶୈଳେସ ପାଲ, ଶୀକ୍ଷୟତ୍ରୀ ତନୁଜା ମିଶ୍ର, ର୍କିର୍ଣ୍ଣା ମିଶ୍ର, ଶୀକ୍ଷକ ଅସୁତୋଶ ସାର, ସଞ୍ଜିତ ସାର, ସୋମ୍ୟ ସାର ପୁଣି କଲେଜର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହିତ କଲେଜ କର୍ମକର୍ତ୍ତା ଶ୍ରୀ ଶିସିର କୁମାର ଦାସ, ରତିକାନ୍ତ ଦଲାଇ ସହିତ ସମସ୍ତ କର୍ମକର୍ତ୍ତାମାନେ ସହାର୍ଯ୍ୟ ସହଯୋଗ ସହିତ ପ୍ରସାଦ ବଣ୍ଟନ ଓ ସମାପନୀ କାର୍ଯ୍ୟକ୍ରମ ସହ ଜନ୍ମାଷ୍ଟମୀ ଉତ୍ସବର ସମାପ୍ତି ଘଟିଥିଲା ।



