Homelocalରାୟଗଡ଼ରେ ରବି ଋତୁ ପାଇଁ ଜିଲ୍ଲାସ୍ତରୀୟ ସିଏମ୍ କିଷାନ ସହାୟତା ରାଶି ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡ଼ରେ ରବି ଋତୁ ପାଇଁ ଜିଲ୍ଲାସ୍ତରୀୟ ସିଏମ୍ କିଷାନ ସହାୟତା ରାଶି ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

  • ​ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ଓ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ସଂଯୋଜନାରେ ସଭା; ରାୟଗଡ଼ର ୫୯,୦୩୨ କୃଷକ ପରିବାର ହେଲେ ଉପକୃତ

ରାୟଗଡା, (୪/୦୯) : ଆପ୍ର : ରବି ୨୦୨୬-୨୭ ଋତୁରେ ଚାଷ କାର୍ଯ୍ୟ ପାଇଁ ରାଜ୍ୟର ପ୍ରାୟ ୪୧.୫ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷି ପରିବାରଙ୍କୁ ସିଏମ୍ କିଷାନ ଯୋଜନା ଅଧୀନରେ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି ।WhatsApp Image 2026 09 04 at 21.56.16 3

ଏହି ଅବସରରେ ରାୟଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସିଏମ୍ କିଷାନ ସହାୟତା ରାଶି ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ (ଆଇ.ଏ.ଏସ୍.) କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାଷୀମାନଙ୍କୁ ସିଏମ୍ କିଷାନ ଯୋଜନାର ଗୁରୁତ୍ୱ ଓ କୃଷି କ୍ଷେତ୍ରରେ ଏହାର ଭୂମିକା ସମ୍ପର୍କରେ ଅବଗତ କରାଇଥିଲେ। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ (CDAO) ଶ୍ରୀ ନକ୍ଷତ୍ର ମୋହନ ରାଉଳ କାର୍ଯ୍ୟକ୍ରମର ସଂଯୋଜନା କରିବା ସହ ଆରମ୍ଭରୁ ଉପସ୍ଥିତ ମୁଖ୍ୟ ଅତିଥି, ଅନ୍ୟାନ୍ୟ ଅତିଥିବୃନ୍ଦ, ଅଧିକାରୀ ଓ ଚାଷୀମାନଙ୍କୁ ସ୍ୱାଗତ ଜଣାଇଥିଲେ ।

ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଏସ୍‌ଡିସି ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ଶବର, ରାୟଗଡ଼ ଏଡିଏମ୍ (ରାଜସ୍ୱ) ଶ୍ରୀ ନିହାର ରଞ୍ଜନ କହଁର, ପି.ଏ. ଆଇଟିଡିଏ ଶ୍ରୀ ଚନ୍ଦ୍ରକାନ୍ତ ମାଝୀ, ଜିଲ୍ଲା ମୁଖ୍ୟ ପ୍ରାଣି ଚିକିତ୍ସା ଅଧିକାରୀ ଡ ଶଶାଙ୍କ ଶେଖର ନାୟକ, ରାୟଗଡ଼ କୃଷି ଜିଲ୍ଲା ଅଧିକାରୀ ଶ୍ରୀ ଏସ୍. କେ. ଅହେସାନ, ମୁନିଗୁଡ଼ା କୃଷି ଜିଲ୍ଲା ଅଧିକାରୀ ଶ୍ରୀ ପ୍ରକାଶ ଚନ୍ଦ୍ର ବେହେରାଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକର ବ୍ଲକ କୃଷି ଅଧିକାରୀ (BAO), ସହକାରୀ କୃଷି ଅଧିକାରୀ (AAO), ଆତ୍ମା (ATMA) କର୍ମଚାରୀବୃନ୍ଦ ଏବଂ ୧୧ଟି ବ୍ଲକରୁ ଆସିଥିବା ପ୍ରାୟ ୧୫୦ ଜଣ ପ୍ରତିନିଧି ଚାଷୀ ଯୋଗଦେଇଥିଲେ ।WhatsApp Image 2026 09 04 at 21.56.16

​ଏହି ପର୍ଯ୍ୟାୟରେ ରାୟଗଡ଼ ଜିଲ୍ଲାର ମୋଟ ୫୯,୦୩୨ ଜଣ ଚାଷୀ ଓ କୃଷି ପରିବାରଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ସହାୟତା ରାଶି ହସ୍ତାନ୍ତର କରାଯାଇଛି । ଏଥିମଧ୍ୟରେ ୫୮,୦୦୭ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ (SMF) ଏବଂ ୧,୦୨୫ ଜଣ ଭୂମିହୀନ କୃଷି ପରିବାର (LAH) ଶାମିଲ ଅଛନ୍ତି । କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର କୃଷକମାନେ ବ୍ୟାପକ ଭାବେ ଉପକୃତ ହୋଇଛନ୍ତି ।

ଭୁବନେଶ୍ୱରସ୍ଥିତ କୃଷି ଶିକ୍ଷା ସଦନରୁ ପ୍ରସାରିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ସିଧାପ୍ରସାରଣରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କୃଷକମାନଙ୍କୁ ସମ୍ବୋଧିତ କରିଥିଲେ । ସେ ଦର୍ଶାଇଥିଲେ ଯେ ସିଏମ୍ କିଷାନ (ବାର୍ଷିକ ₹୪,୦୦୦) ଏବଂ ପିଏମ୍ କିଷାନ (ବାର୍ଷିକ ₹୬,୦୦୦) ଯୋଜନାର ମିଳିତ ସହଯୋଗରେ ରାଜ୍ୟର ଚାଷୀମାନଙ୍କୁ ବାର୍ଷିକ ମୋଟ ₹୧୦,୦୦୦ ର ଆର୍ଥିକ ସହାୟତା ଡିବିଟି (DBT) ମାଧ୍ୟମରେ ପ୍ରଦାନ କରାଯାଉଛି । ଏହି ସହାୟତା ରାଶି ରବି ଋତୁରେ ଚାଷୀମାନଙ୍କୁ ବିହନ, ସାର, କୃଷି ଉପକରଣ ଓ ଅନ୍ୟାନ୍ୟ କୃଷି ନିବେଶ ପାଇଁ ସାହାଯ୍ୟ କରିବା ସହ ଉତ୍ପାଦନ ବୃଦ୍ଧି ଏବଂ କୃଷକଙ୍କ ଆର୍ଥିକ ସଶକ୍ତିକରଣରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଉପସ୍ଥିତ ଅଧିକାରୀମାନେ ମତ ପ୍ରକାଶ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments