Homebreaking newsରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ମୁଣ୍ଡକୁ ଛେଚି ହତ୍ୟା କଲେ ଦୁର୍ବୃତ୍ତ

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ମୁଣ୍ଡକୁ ଛେଚି ହତ୍ୟା କଲେ ଦୁର୍ବୃତ୍ତ

ଭୁବନେଶ୍ୱର, (୩୧/୦୭) : ଆପ୍ର : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ । ମୁଣ୍ଡକୁ ଛେଚି ହତ୍ୟା କଲେ ଦୁର୍ବୃତ୍ତ । ଲିଙ୍ଗରାଜ ଥାନା ଗାୟତ୍ରୀ ବସ୍ତିରେ ହତ୍ୟାକାଣ୍ଡ ଘଟିଛି । ମୃତକଙ୍କ ନାଁ ଜିତୁ କାଣ୍ଡି ।

ସେ ଜଣେ ଶ୍ରମିକ । ରକ୍ତାକ୍ତ ଅବସ୍ଥାରେ ମୃତଦେହ ଜବତ କରିଛି ପୋଲିସ । ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି । ଗତକାଲି ରାତିରେ ବଟି ଆଦାୟକୁ ନେଇ କିଛି ଲୋକଙ୍କ ସହ ବଚସା ହୋଇଥିଲା । ପରେ ଦୋକାନ ସାମ୍ନାରେ ତାଙ୍କୁ ହତ୍ୟା କରାଯାଇଛି । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ପୋଲିସ । ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି ଟିମ୍ । ଗତକାଲି ରାତିରେ ମୃତକ ଜିତୁ କାଣ୍ଡିଙ୍କ ସହ ଅନ୍ୟ ଚାରିଜଣ ମଦ୍ୟପାନ କରୁଥିଲେ ।

ଚାରି ବ୍ୟକ୍ତି ହେଉଛନ୍ତି ଗଙ୍ଗାଧର ବେହେରା, ଚଗୁ ଏବଂ ବାବୁନା ବେହେରାଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ସେହିଭଳି ଏହି ଘଟଣାରେ ଗୋପାଳ ଦାସ ବର୍ତ୍ତମାନ ଫେରାର ଅଛନ୍ତି । ସୂଚନା ମୁତାବକ ମୃତକ ଜିତୁ ଗାୟତ୍ରୀ ବସ୍ତିରେ ନିଶା ବେପାର କରୁଥିଲେ । ପୋଲିସ ତାଙ୍କ ଦୋକାନ କୁ ପୂର୍ବରୁ ବନ୍ଦ କରିଥିଲା । ଏବେ ସେ ଏଠାରେ ନିଜର ଦୋକାନ ପୁଣି ଖୋଲିଥିଲେ । ଗତକାଲି ରାତିରେ ମଦ୍ୟପାନ ପାରେ ଏଭଳି ଘଟଣା ଘଟିଥିବା କୁହାଯାଉଛି । ବସ୍ତିର ଏକାଧିକ ଲୋକଙ୍କୁ ପୋକୁଆ ଅଟକ ରଖି ପଚରାଉଚରା କରୁଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments