ଗୁଣପୁର, (୨୮/୦୬) : ଆପ୍ର : ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ଡ଼ଃ ସତ୍ୟ ପ୍ରକାଶ ପଣ୍ଡା ଙ୍କ ୭୫ ତମ ଜନ୍ମଦିନ ପାଳିତ ଅବସରରେ ବିଶ୍ୱ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଏବଂ ଫେକଲ୍ଟି କ୍ଲବ ର ମିଳିତ ଅନୁକୁଲ୍ୟରେ ବିଶ୍ୱବିଦ୍ୟାଳୟ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।
ଏହି ଶିବିରରେ ମୋଟ ୭୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ଶିବିରକୁ ଉପ କୁଳପତି ଡଃ ଏ ଭି ଏନ ଏଲ ଶର୍ମା, ପ୍ରୋ ଉପ କୁଳପତି ଡଃ ବାଳକୃଷ୍ଣ ତ୍ରିପାଠୀ ,ରେଜିଷ୍ଟ୍ରାର ଡଃ ଏନ୍ ଭି ଜଗନ୍ନାଧା ରାଓ, ପରୀକ୍ଷା ନିୟନ୍ତ୍ରକ ଡଃ ପି ବିଜୟ କୁମାର,ସ୍କୁଲ ଅଫ ନର୍ସିଂ ର ଅଧ୍ୟକ୍ଷା କେ ଜୟଶ୍ରୀ, ସ୍କୁଲ ଅଫ ଫାର୍ମାସୀ ର ଅଧକ୍ଷ ପ୍ରଫୁଲ କୁମାର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଶିବିର ର ଶୁଭ ଉଦଘାଟନ କରି ରକ୍ତଦାତା ମାନଙ୍କୁ ଉଛାହିତ କରିଥିଲେ । ଏହି ରକ୍ତଦାନ ଶିବିରରେ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରି ଏହି ଭଳି ମହତ କାର୍ଯ୍ୟ ରେ ନିଜକୁ ସାମିଲ କରୁଥିବା ନିଜକୁ ଗର୍ବ ଅନୁଭବ କରିଥିଲେ ।
ଏହି ଶିବିରକୁ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ୟୁନିଟ- ୧ ବାଣୀ ପ୍ରସାଦ ନାୟକ,ଡ଼ଃ ପ୍ରେମାନଶୁ ଶେଖର ରଥ , ପ୍ରମୋଦ ରଞ୍ଜନ ପଣ୍ଡା , ଗୋପାଳ କୃଷ୍ଣ ମହନ୍ତ, କ୍ରୀଡ଼ା ଅଧିକାରୀ ରବିନ୍ଦ୍ର କୁମାର ପଣ୍ତା, ଡାକ୍ତର ଏସ ଏସ ପାଢ଼ୀ, କୃଷ୍ଣ ପ୍ରସାଦ ଦାସ, ଜସିଲ ପଟ୍ଟନାୟକ ପ୍ରମୁଖ ଶିବରକୁ ପରିଚାଳନା କରିଥିଲେ । ଗୁଣୁପୁର ରକ୍ତ ଭଣ୍ଡାରରର ଡାକ୍ତର ପ୍ରତ୍ୟୁଷ ବିଶ୍ୱାଳ, ଟେକ୍ନିସୀୟାନ ରାକେଶ କୁମାର ପଣ୍ଡା, ସୁରୁଚି ରାଣୀ ପାତ୍ର, ରୋଜୀ ନାୟକ ପ୍ରମୁଖ ଉପସ୍ଥିତ ରହି ୭୫ ୟୁନିଟ ରକ୍ତ ସଂଗ୍ରହ କରିଥିଲେ ।
ସମସ୍ତ ରକ୍ତଦାତାଙ୍କୁ ମାନପତ୍ର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା । ଏହା ସହ ବିଶ୍ୱବିଦ୍ୟାଳୟ ପରିସରରେ ୭୫ ଗୋଟି ଔଷଧିୟ ଚାର ରୋପଣ କରାଯାଇଥିଲା । ଏଥିରେ ସ୍କୁଲ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ର ଅଧ୍ୟକ୍ଷ ଡ଼ଃ କେ ମୂରଲୀ ଗୋପାଳ, ସ୍କୁଲ ଅଫ ଏଗ୍ରିକଲଚର ର ଆସୋସିଏଟ୍ସ ଡିନ୍ ଅଶୋକ କୁମାର ମିଶ୍ର , ଫ୍ୟାକଲ୍ଟି କ୍ଲବର ଆବାହକ ଶ୍ରୀକାନ୍ତ ମିଶ୍ର ,ସହ ଆବାହକ ସିଦ୍ଧାର୍ଥ ସାହୁ ସମେତ ବିଶ୍ୱବିଦ୍ୟାଳୟର ବିଭାଗୀୟ ମୁଖ୍ୟ, ଅଧ୍ୟାପକ ଅଧ୍ୟାପିକା ପ୍ରମୁଖ ଉପସ୍ଥିତ ରହିଥିଲେ । ପରେ ସ୍ଥାନୀୟ ବାଳନିକେତନ ରେ ରହୁଥିବା ଅନ୍ତେବାସୀଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା ।

