Homelocalବିଳମ୍ବରେ ଆରମ୍ଭ ଉଦ୍ୟମୀ ଓଡ଼ିଶା କାର୍ଯ୍ୟକ୍ରମ

ବିଳମ୍ବରେ ଆରମ୍ଭ ଉଦ୍ୟମୀ ଓଡ଼ିଶା କାର୍ଯ୍ୟକ୍ରମ

ରାୟଗଡା, (୨୭/୦୬) : ଆପ୍ର : ରାୟଗଡା ଜି.ସି.ଡି ଖେଳ ପଡିଆ ଠାରେ ଚଳିତ ମାସ ୨୭ ତାରିଖ ଠାରୁ ଆରମ୍ଭ ହୋଇ ଜୁଲାଇ ମାସ ୦୧ ତାରିଖ ପର୍ୟ୍ୟନ୍ତ ଚାଲିବ ଉଦ୍ୟମୀ ଓଡ଼ିଶା MSME କାର୍ଯ୍ୟକ୍ରମ ୨୦୨୬

ଏହି କାର୍ଯ୍ୟକ୍ରମ ରାୟଗଡା ଜିଲ୍ଲା ଶିଳ୍ପ କେନ୍ଦ୍ର ଓ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଓଡ଼ଶା ସରକାର ଙ୍କ ଦ୍ୱାରା ଆୟୋଜିତ । କିନ୍ତୁ, ବିଭିନ୍ନ ଷ୍ଟୋଲ ଗୁଡ଼ିକ ଖାଲି ପଡ଼ିଥିବା ବେଳେ, ବୈଠକ ମଞ୍ଚ ଖାଲି ପଡ଼ିଛି । ଏହିଭଳି ଜିଲ୍ଲା ସ୍ତରିୟ କାର୍ଯ୍ୟକ୍ରମ ଅନୁଷ୍ଟିତ ହେବା ପୂର୍ବରୁ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦିଆ ଯାଇନଥିଲା କି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ଜିଲ୍ଲା ସ୍ତରୀୟ ଉଦ୍ୟମୀ ଓଡ଼ିଶା କାର୍ଯ୍ୟକ୍ରମ MSME ଏବଂ ମହିଳା ଉଦ୍ୟମିତା ମଞ୍ଚ ଓଡ଼ିଶା ଅଧ୍ୟାୟର ଶୁଭାରମ୍ଭ କାର୍ଯ୍ୟକ୍ରମ କୁ ପରିଚାଳନାରେ ତ୍ରୁଟି ରହି ଯାଇଛି କି ଯେଉଁଥି ପାଇଁ ପ୍ରଚାର ପ୍ରସାର ଏବଂ ଲୋକ ସମ୍ପର୍କ ଠାରୁ ଦୂରେଇ ରହୁଛି କି ଵିଭାଗ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments