Homelocalବିଭିନ୍ନ ଦୁର୍ଗା ମେଢ଼ ଦର୍ଶନ କରି ଲୋକଙ୍କ ମଙ୍ଗଳ କାମନା କଲେ ସନ୍ତୋଷ ସାଲୁଜା

ବିଭିନ୍ନ ଦୁର୍ଗା ମେଢ଼ ଦର୍ଶନ କରି ଲୋକଙ୍କ ମଙ୍ଗଳ କାମନା କଲେ ସନ୍ତୋଷ ସାଲୁଜା

ମୁରିବାହାଲ, (୧୯/୧୦) : ଆପ୍ର : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକର ବିଭିନ୍ନ ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ମହାସମାରୋହରେ ପାଳିତ ହୋଇଯାଇଛି ।WhatsApp Image 2026 10 19 at 22.17.45

କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ତଥା ପ୍ରଦେଶ କଂଗ୍ରେସ ସଂଗଠନ ଉପ-ସଭାପତି ସନ୍ତୋଷ ସିଂ ସାଲୁଜା ସୋମବାର ବ୍ଲକର ବିଭିନ୍ନ ପୂଜା ମେଢ଼ ପରିଦର୍ଶନ କରି ଅଞ୍ଚଳବାସୀଙ୍କ ସୁଖ-ସମୃଦ୍ଧି କାମନା କରି ମା’ ଦୁର୍ଗାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ସେ ଚାନୁଟମାଲ, ଗୁଡିଘାଟ, ଇଛାପଡ଼ା, ଚଲକି, ମୁରିବାହାଲ, ମା’ ମାହେଶ୍ୱରୀ ମନ୍ଦିର, ଜମିଦାରପଡ଼ା, ଜାମୁଟ, ସାରସପଡ଼ା, ବ୍ରାହ୍ମଣୀ, ହଳଦୀ, ଘଣ୍ଟବାହାଲି, ତେନ୍ତୁଳିଖୁଣ୍ଟି, ଲେବଡ଼ା, ବଡ଼ଉଦାର ଏବଂ ନେହେରୁ ଯୁବକ ସଂଘ ଲେବଡ଼ା ପୂଜା ମଣ୍ଡପ ପରିଦର୍ଶନ କରିଥିଲେ ।WhatsApp Image 2026 10 19 at 22.17.44

ଏହି ଅବସରରେ କଂଗ୍ରେସ ଯୁବନେତା ତଥା ପିସିସି ସଦସ୍ୟ ସେଜିସିଂ ସାଲୁଜା, ବ୍ଲକ ସଭାପତି ଗିରିଧାରୀ ସାହୁ, ଏସସି ସେଲ୍ ସଭାପତି ବିଭିଷଣ ମହାନନ୍ଦ, ଲଖନା ସରପଞ୍ଚ ସଦାନନ୍ଦ ଦୀପ, ବୁଲୁ କୁମ୍ଭାର, ଜଗତରାମ ବେହେରା, ରାଜେଶ ହେର୍ଣ୍ଣା , ସାଗର ଛତ୍ରିଆ, ବୁଲୁ ବିଶି, ଧନଞ୍ଜୟ ମାଝୀ, ସୁବାସ ବଏ, ମୋହନ ସାହୁ, ଉମେଶ ସିଂ ବର୍ମା, ଈଶ୍ୱର ଭୋଇ, ପୂର୍ଣ୍ଣ ପୁଟେଲ, ତେଜରାଜ ଲୁହା, ମ୍ୟାନେଜର ଭୋଇ, ହରିଶ୍ଚନ୍ଦ୍ର ସାହୁ, ନିଶିକାନ୍ତ ଦୀପ, ମଙ୍ଗଳସାଏ ବାଗ, ଗଙ୍ଗା ବାଗ, ଗୋପାଳ ପଟ୍ଟନାୟକ, ପାର୍ଥ ଭୋଇ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ । ସେହିପରି ରବିବାର ଗୁରୁଣ୍ଡା ଠାରେ ଅନୁଷ୍ଠିତ ଶାରଦୀୟ ଦୁର୍ଗାପୂଜାର ସ୍ୱର୍ଣ୍ଣ ଜୟନ୍ତୀ ଉତ୍ସବରେ ଶ୍ରୀ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments