Homebreaking newsଶିମିଳିପାଳରେ ଶିକାରୀଙ୍କ ଉପରେ ବନ ବିଭାଗର ବଡ଼ ଆକ୍ସନ୍; AI କ୍ୟାମେରାରେ ଧରାପଡ଼ିଲେ ୪ ଅଭିଯୁକ୍ତ

ଶିମିଳିପାଳରେ ଶିକାରୀଙ୍କ ଉପରେ ବନ ବିଭାଗର ବଡ଼ ଆକ୍ସନ୍; AI କ୍ୟାମେରାରେ ଧରାପଡ଼ିଲେ ୪ ଅଭିଯୁକ୍ତ

ବାରିପଦା, (୨୫/୦୭) : ଆପ୍ର : ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ବନ୍ୟପ୍ରାଣୀ ଶିକାର ଯୋଜନାକୁ ବଡ଼ ଧକ୍କା ଦେଇଛି ବନ ବିଭାଗ ।

AI ଟ୍ରେଲଗାର୍ଡ କ୍ୟାମେରା ସହାୟତାରେ ବେଆଇନ ଭାବେ ଅଭୟାରଣ୍ୟରେ ପ୍ରବେଶ କରୁଥିବା ୪ ଜଣ ଶିକାରୀଙ୍କୁ ଶିମିଳିପାଳ ଦକ୍ଷିଣ-ପଶ୍ଚିମ ବନ୍ୟପ୍ରାଣୀ ଡିଭିଜନର କର୍ମଚାରୀମାନେ ଗିରଫ କରିଛନ୍ତି । ବନ ବିଭାଗ ସୂଚନା ଅନୁଯାୟୀ, AI କ୍ୟାମେରାରେ ସନ୍ଦିଗ୍ଧ ଗତିବିଧି ଧରାପଡ଼ିବା ପରେ ଶିମିଳିପାଳ ବ୍ୟାଘ୍ର ସୁରକ୍ଷା ବାହିନୀ ଓ ଏନଫୋର୍ସମେଣ୍ଟ ଟିମ୍ ତୁରନ୍ତ ଚଢ଼ାଉ କରି ଚାରି ଅଭିଯୁକ୍ତଙ୍କୁ କାବୁ କରିଥିଲେ। ସେମାନଙ୍କ ନିକଟରୁ ୨ଟି ହାତତିଆରି ବନ୍ଧୁକ, ଗନ୍ ପାଉଡର, ୨ଟି ହେଡ୍ ଟର୍ଚ୍ଚ ଏବଂ ଅନ୍ୟାନ୍ୟ ଶିକାର ସାମଗ୍ରୀ ଜବତ କରାଯାଇଛି ।

ଗିରଫ ଅଭିଯୁକ୍ତମାନେ ହେଲେ ଫାଗୁରାମ ଟୁଡୁ (୨୩), ରାମଚନ୍ଦ୍ର କିସ୍କୁ (୫୬), ରଞ୍ଜନ କିସ୍କୁ (୨୬) ଏବଂ ବିଶ୍ୱନାଥ ହାଁସଦା (୬୫)। ଏହି ଘଟଣାରେ ପୋଡାଡିହା ବନ୍ୟପ୍ରାଣୀ ରେଞ୍ଜରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଅଦାଲତ ଖାରଜ କରିବା ପରେ ସମସ୍ତଙ୍କୁ ଜେଲ୍ ହାଜତକୁ ପଠାଯାଇଛି । ବନ ବିଭାଗ ଏହି ଘଟଣାକୁ ବନ୍ୟପ୍ରାଣୀ ସୁରକ୍ଷାରେ AI ପ୍ରଯୁକ୍ତିର ବଡ଼ ସଫଳତା ବୋଲି କହିଥିବାବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments