Homeaccidentଟ୍ରକ ପଛ ପିଟି ହେଲା ନାଇଟ କୋଚ୍ ଯାତ୍ରୀବାହୀ ବସ, ୧୦ରୁ ଅଧିକ ଯାତ୍ରୀ ଗୁରୁତର

ଟ୍ରକ ପଛ ପିଟି ହେଲା ନାଇଟ କୋଚ୍ ଯାତ୍ରୀବାହୀ ବସ, ୧୦ରୁ ଅଧିକ ଯାତ୍ରୀ ଗୁରୁତର

ଯାଜପୁର, (୨୫/୦୭) : ଆପ୍ର : ଟ୍ରକ ପଛରେ ପିଟି ହେଲା ନାଇଟ କୋଚ୍ ଯାତ୍ରୀବାହୀ ବସ । ୧୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତି । ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ ।

ଟ୍ରକ ପଛ ପିଟି ହେଲା ନାଇଟ କୋଚ୍ ଯାତ୍ରୀବାହୀ ବସ । ବସରେ ୫୦ରୁ ଅଧିକ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ରୁ ଅଧିକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଗୋପାଳପୁର ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ‘ସନା ଟ୍ରାଭେଲସ’ ନାମକ ଏକ ଯାତ୍ରୀବାହୀ ନାଇଟ କୋଚ ବସ ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯାଉଥିଲା । ସ୍ଥାନୀୟ ଲୋକେ ଏବଂ ଅଗ୍ନିଶମ ବାହିନୀର କର୍ମଚାରୀ ପହଂଚି ଯାତ୍ରୀମାନଙ୍କୁ ଗାଡ଼ି ଭିତରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତରଙ୍କୁ କଟକ ବଡ଼ ମେଡିକାଲ ପଠାଯାଇଥିବା ସୂଚନା ମିଳିଛି ।

ସେହିପରି ଗତକଲି ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡିରୁ ଜୟପୁର ଅଭିମୁଖେ ଆସୁଥିବା ବେଳେ ଆଉଳି ନିକଟରେ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବସ୍ ସମ୍ମୁଖକୁ ହଠାତ୍ ଏକ ମୋଟର ସାଇକେଲ୍ ଆସିଯିବାରୁ ଭାରସାସ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା ବସ୍ ଟି । ଏଥିରେ ୪୦ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments