ଗଞ୍ଜାମ, (୨୩/୧୧) : ଆପ୍ର : ବାତ୍ୟା ଓ ଲଗାଣ ବର୍ଷାରେ ଗଞ୍ଜାମ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ସ୍ଥିତି ପରଖିବାକୁ ଗଞ୍ଜାମ ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
କେବଳ ସମୀକ୍ଷା ବୈଠକରେ ସୀମିତ ନ ରହି, ସିଧାସଳଖ ଚାଷ ଜମିରେ ପହଞ୍ଚି କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ପୁରୁଷୋତ୍ତମପୁର ବ୍ଲକ ହାଣ୍ଡିଘର ଗ୍ରାମରେ ପହଞ୍ଚି ବାତ୍ୟା ଓ ଲଗାଣ ବର୍ଷା ଯୋଗୁଁ ଚାଷ ଜମିରେ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଚାଷୀଙ୍କ ସହ ସିଧାସଳଖ କଥା ହୋଇ ନଷ୍ଟ ହୋଇଥିବା ଫସଲ, ସେମାନଙ୍କ ସମସ୍ୟା ଓ ଦାବି ସମ୍ପର୍କରେ ପଚାରି ବୁଝିଛନ୍ତି। ବାତ୍ୟା ଓ ଲଗାଣ ବର୍ଷାର ପ୍ରଭାବରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବାରୁ ଚାଷୀମାନେ ଚିନ୍ତାରେ ରହିଛନ୍ତି ।
ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ କ୍ଷେତ୍ର ପରିଦର୍ଶନ ଚାଷୀଙ୍କ ମନରେ ସହାୟତା ମିଳିବା ନେଇ ଆଶା ସଞ୍ଚାର କରିଛି । ଅନ୍ୟପଟେ, ଘଟଣାସ୍ଥଳରେ ଉପସ୍ଥିତ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କୁ ତୁରନ୍ତ କ୍ଷୟକ୍ଷତିର ସବିଶେଷ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଚାଷୀଙ୍କ କ୍ଷତିର ଠିକ୍ ଆକଳନ କରିବା ସହ ଆବଶ୍ୟକ ସହାୟତା ଓ ପରବର୍ତ୍ତୀ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦେଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ପରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କେବେ ଓ କିପରି ସରକାରୀ ସହାୟତା ମିଳିବ, ତାହା ଉପରେ ଏବେ ଚାଷୀଙ୍କ ସହ ସମଗ୍ର ଅଞ୍ଚଳବାସୀଙ୍କ ନଜର ରହିଛି ।
ଏହି କାର୍ଯ୍ୟକ୍ରମ ରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନସିଂହଦେଓ, ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ,ମସ୍ତ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ଓ ଖଣି ଓ ପରିବହନ ମନ୍ତ୍ରୀ ବିଭୁତି ଜେନା,ଦୁଇ ସାଂସଦ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ, ଅନିତା ଶୁଭ ଦର୍ଶିନୀ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ଜିଲ୍ଲପାଳ ଭି କୀର୍ତ୍ତି ଭାସନ, ଗଞ୍ଜାମ ଏସପି ହରିଶ ବିଶି, ପିଡି ସମୀର କୁମାର ଜେନା, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ଏସଡ଼ି ପିଓ ସୁଜିତ କୁମାର ନାୟକ, ଆଇ ଆଇସି କୁଲମଣୀ ସେଠୀ, ଓ ଥାନା ଷ୍ଟାଫ, ବ୍ଲକ ଅଧକ୍ଷା ପିଙ୍କି ବେହେରା ବିଡ଼ିଓ ଦେବାଶିଷ ସାମଲ, ତହସିଲଦାର ବିନୋଦ କୁମାର ବେହେରା, ଅତିରିକ୍ତ ତହସିଲଦାର କେ ଦେବାଶିଷ ମହାପାତ୍ର, ଆଶିଷ କୁମାର ସାହୁ,ଯେଇ ଲୋକନାଥ ନାୟକ, ସମସ୍ତ ଲାଇନ ଭିଭାଗର ନିର୍ବାହୀ ଯନ୍ତ୍ରୀ ଏସଡ଼ିଓ, ଯେଇ ଓ ପୁରୁଷୋତ୍ତମପୁର ବ୍ଲକ ଏ ଈ ନାଗଭୁସଣ ଯାଦବ, ଜିପିଓ ରାଜେନ୍ଦ୍ର ପ୍ରସାଦ ଗୁରୁ , ବିଏସ ଏସ ଓ କାହ୍ନୁ ଚରଣ ସୋରେନଙ୍କ ସହ ବହୁ ନେତା କର୍ମୀ ଓ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

