Homebreaking newsବାଣପୁର ବରବରା ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର, ହତ୍ୟା ସନ୍ଦେହ

ବାଣପୁର ବରବରା ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର, ହତ୍ୟା ସନ୍ଦେହ

ବାଣପୁର, (୦୬/୧୦) : ଆପ୍ର : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧୀନ ଦାମିଆ ବରବରା ଜଙ୍ଗଲରୁ ଏକ ଅଚିହ୍ନା ନର କଙ୍କାଳ ଉଦ୍ଧାର ହୋଇଛି ।

ନାଣ୍ଡୁରୁ ଗାଁ ନିକଟସ୍ଥ ରାଜିନୀ ସଂରକ୍ଷିତ ଘଞ୍ଚ ଜଙ୍ଗଲ ମଧ୍ୟରୁ ପ୍ୟାଣ୍ଟ, ଜ୍ୟାକେଟ ଓ ଜୋତା ପିନ୍ଧା ଅବସ୍ଥାରେ ମିଳିଛି ଏହି କଙ୍କାଳ । ସୂଚନା ପାଇ ଜଙ୍ଗଲ ବିଭାଗର ବାଣପୁର ପୋଲିସ ଘଟଣାସ୍ଥଳରେ ପହଂଚି ନର କଙ୍କାଳ ଜବତ କରିଛି l ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ଯାଞ୍ଚ କରିଛି । ତେବେ ଏହା ହତ୍ୟା ନା ସ୍ୱାଭାବିକ ମୃତ୍ୟୁ, କିଏ ଏହି ମୃତ ବ୍ୟକ୍ତି, ଜଙ୍ଗଲ ଭିତରକୁ କିପରି ଆସିଲେ, ଏସବୁକୁ ନେଇ ଏବେ ରହସ୍ୟ ଘନୀଭୂତ ହୋଇଛି । ତେବେ ଏ ନେଇ ବାଣପୁର ପୋଲିସ 14/26 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ଅଧିକ ତଦନ୍ତ ପାଇଁ ଉକ୍ତ କଙ୍କାଳକୁ କଟକସ୍ଥିତ ଏଫଏମଟି ବିଭାଗକୁ ପଠାଇବ ବୋଲି ଜଣାପଡିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments