HomelocalKIIT ଓ KISS ପରିଦର୍ଶନ କଲେ ନୀତି ଆୟୋଗ ଉପାଧ୍ୟକ୍ଷ

KIIT ଓ KISS ପରିଦର୍ଶନ କଲେ ନୀତି ଆୟୋଗ ଉପାଧ୍ୟକ୍ଷ

ଭୁବନେଶ୍ୱର, (୦୬/୧୦) : ଆପ୍ର : ନୀତି ଆୟୋଗ ଉପାଧ୍ୟକ୍ଷ ଅଶୋକ କୁମାର ଲାହିରୀ ଆଜି କିଟ୍‍ ଓ କିସ୍‍ ପରିଦର୍ଶନ କରିଛନ୍ତି ।

କିସ୍‍ ପରିଦର୍ଶନ ଅବସରରେ ଡ. ଲାହିରୀ କିସ୍‍ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ସେମାନଙ୍କୁ ଦେଶର ଭବିଷ୍ୟତ ବୋଲି ଅଭିହିତ କରିଛନ୍ତି । ସେ କହିଲେ ଯେ, ମୁଁ ଦେଶର ଭବିଷ୍ୟତ ପରିଦର୍ଶନ କରିବାକୁ କିସ୍‍ ଆସିଛି । ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଗଠନର ସ୍ୱପ୍ନ ସାକାର କରିବାରେ ଆଜିର ଛାତ୍ରଛାତ୍ରୀମାନଙ୍କର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ସେ କହିଥିଲେ । ଛାତ୍ରଛାତ୍ରୀମାନଙ୍କୁ ଖେଳକୁଦ ସହ ପାଠପଢ଼ାରେ ମନୋନିବେଶ କରିବାକୁ ଆହ୍ୱାନ ଦେଇ ସେ କହିଲେ, ସୁସ୍ଥ, ଶିକ୍ଷିତ ଓ ଦକ୍ଷ ଯୁବପିଢ଼ି ହିଁ ଦେଶର ଉନ୍ନତିର ମୂଳ ଶକ୍ତି । କିସ୍ ପରିସରରେ ଛାତ୍ରଛାତ୍ରୀଙ୍କ ଶୃଙ୍ଖଳା, ସାଂସ୍କୃତିକ ପ୍ରଦର୍ଶନ ଏବଂ ଆତ୍ମବିଶ୍ୱାସ ଦେଖି ସେ ବିମୋହିତ ହେବା ସହ ପ୍ରଶଂସା କରିଥିଲେ । ନିଜ ଶୈଶବ ସ୍ମୃତି ଉଲ୍ଲେଖ କରି ସେ କହିଲେ ଯେ, ଆଜିର ପିଢ଼ି ଭଲ ସୁବିଧା ଓ ସୁଯୋଗ ପାଉଛନ୍ତି, ଯାହାକୁ ସଦୁପଯୋଗ କରି ସେମାନେ ଦେଶ ଗଠନରେ ଅବଦାନ ରଖିବା ଉଚିତ । ଶେଷରେ ସେ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ସେମାନଙ୍କୁ ଜଣେ ଉତ୍ତମ ଓ ଦାୟିତ୍ୱବାନ ଭାରତୀୟ ନାଗରିକ ହେବାକୁ ଆହ୍ୱାନ ଦେଇଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments