ବିନିକା, (୨୨/୦୯) : ଆପ୍ର : ବାଇକ ଡ଼ିକିରୁ ଗଞ୍ଜେଇ ଜବତ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ନାଇକେନପାଲି ଛକରେ ନଜରକୁ ଆସିଛି ଏଭଳି ଘଟଣା ।
ରାମପୁର ମାଜିଷ୍ଟ୍ରେଟ ବିଶ୍ୱମ୍ବର ନାଥ ପାଣ୍ଡେଙ୍କ ଉପସ୍ଥିତିରେ ବାଇକ ଡ଼ିକିରୁ ସାଢେ ୩ କେଜି ଗଞ୍ଜେଇ ଜବତ କରିବା ସହ ବାଇକକୁ ଜବତ କରିଛି । ଏଥିରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ତିଳପଙ୍ଗା ଗାଁର ଗଞ୍ଜେଇ ମାଫିଆ ଶିବ ରଣାଙ୍କୁ ଗିରଫ କରିଛି ପୋଲିସ । ତେବେ ଗଞ୍ଜେଇ ମାଫିଆ ଶିବ OD27 D-9146 ସୁପର ସ୍ପ୍ରେଲେଣ୍ଡର ବାଇକ ଯୋଗେ ବୌଦ୍ଧରୁ ଡ଼ିକିରେ ଗଞ୍ଜେଇ ଧରି ଡୁଙ୍ଗୁରିପାଲି ଯାଉଥିଲା । ଏହି ସମୟରେ ଗଞ୍ଜେଇ ସହ ଶିବଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା ।

