Homelocalମାଲକାନଗିରିରେ ବର୍ଷାର ତାଣ୍ଡବ; NH-୩୨୬ର ୩ ପୋଲ ବୁଡ଼ିଲା, ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ

ମାଲକାନଗିରିରେ ବର୍ଷାର ତାଣ୍ଡବ; NH-୩୨୬ର ୩ ପୋଲ ବୁଡ଼ିଲା, ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ

ମାଲକାନଗିରି, (୨୪/୦୯) : ଆପ୍ର : ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ମାଲକାନଗିରି ଜିଲ୍ଲାରେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ।

ପାହାଡ଼ିଆ ଝରଣାର ପାଣି ଜାତୀୟ ରାଜପଥ–୩୨୬ର ଏକାଧିକ ପୋଲ ଉପରେ ପ୍ରବାହିତ ହେବାରୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ଫଳରେ ଦୁଇ ପାର୍ଶ୍ୱରେ ଶହଶହ ଯାନବାହନ ଅଟକି ରହିଛି । ସୂଚନା ଅନୁଯାୟୀ, ମାଲକାନଗିରି–କାଲିମେଳା ରାସ୍ତାର ପୋଟେରୁ ଓ କାଙ୍କୁରୁକୋଣ୍ଡା ପୋଲ ଉପରେ ୨ରୁ ୩ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି । ସେହିପରି କାଲିମେଳା–ପଡ଼ିଆ ରାସ୍ତାର କନ୍ୟାଶ୍ରମ ପୋଲ ଉପରେ ପ୍ରାୟ ୩ ଫୁଟ ପାଣି ବହୁଛି । ଏହାର ପ୍ରଭାବରେ ମାଲକାନଗିରିରୁ କାଲିମେଳା, ମୋଟୁ ଏବଂ କାଲିମେଳାରୁ ପଡ଼ିଆକୁ ସମସ୍ତ ଯାନଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଜରୁରୀ ସେବା ସମେତ ସାଧାରଣ ଯାତ୍ରୀମାନେ ମଧ୍ୟ ରାସ୍ତାରେ ଅଟକି ରହିଛନ୍ତି ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପୋଲଗୁଡ଼ିକ ଉପରେ ବ୍ୟାରିକେଡ୍ ଲଗାଇ ଲୋକଙ୍କ ଯାତାୟାତକୁ ବନ୍ଦ କରିଛି । ଏହାସହ ଜାତୀୟ ରାଜପଥ–୩୨୬ର ଯାନଚଳାଚଳକୁ ଛତିଶଗଡ଼ ମାର୍ଗ ଦେଇ ଡାଇଭର୍ଟ କରାଯାଇଛି । ଲଗାଣ ବର୍ଷା ଜାରି ଥିବାରୁ ଆଗାମୀ କିଛି ଘଣ୍ଟା ପର୍ଯ୍ୟନ୍ତ ସ୍ଥିତି ସୁଧୁରିବାର ସମ୍ଭାବନା କମ୍ ବୋଲି ପ୍ରଶାସନ ସତର୍କ କରିଛି । ଲୋକଙ୍କୁ ଅନାବଶ୍ୟକ ଯାତ୍ରା ନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments