Homebreaking newsମାଲକାନଗିରିରେ କଇଁଛ ଚୋରାଚାଲାଣ,୧୫୫ଟି ଜୀବନ୍ତ କଇଁଛ ଜବତ

ମାଲକାନଗିରିରେ କଇଁଛ ଚୋରାଚାଲାଣ,୧୫୫ଟି ଜୀବନ୍ତ କଇଁଛ ଜବତ

ମାଲକାନଗିରି, (୦୩/୦୯) : ଆପ୍ର : ମାଲକାନଗିରିରେ କଇଁଛ ଚାଲାଣ ରାକେଟର ପର୍ଦ୍ଦାଫାସ । ୧୫୫ଟି ଜୀବନ୍ତ କଇଁଛ ଜବତ କଲା ମାଲକାନଗିରି ବନବିଭାଗ ।

ମାଲକାନଗିରି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ତମସା ଗାଁ ନିକଟରେ ଚଢ଼ାଉ କରି ଏକ ଅଟୋରେ ଚୋରାଚାଲାଣ ହେଉଥିବା ୧୫୫ଟି କଇଁଛ ଜବତ କରାଯାଇଛି । କଇଁଛର ଅବୈଧ ଚୋରା ଚାଲାଣ ସମ୍ପର୍କରେ ସୂଚନା ପାଇ ବନ ବିଭାଗର ଏକ ଦଳ ତମସା ଗ୍ରାମ ନିକଟରେ ଚଢାଉ କରିଥିଲା । କିନ୍ତୁ ଜଣେ ଅଟୋ ଚାଳକ ବନ ବିଭାଗର ଗାଡ଼ି ଦେଖି ଉକ୍ତ ଗାଡ଼ିଟିକୁ ରାସ୍ତାରେ ରଖି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ସନ୍ଦେହ କରି ବନ ଅଧିକାରୀମାନେ ଅଟୋ ଯାଞ୍ଚ କରି ଅନେକ ଥର୍ମୋକୁଲ୍ ବାକ୍ସରେ ପ୍ୟାକ୍ ହୋଇଥିବା ୧୫୫ଟି ଜୀବନ୍ତ କଇଁଛ ଉଦ୍ଧାର କରି ସେଗୁଡ଼ିକୁ ଜବତ କରିଥିଲେ । ପରେ ବନ ବିଭାଗ ଏକ ମାମଲା ରୁଜୁ କରି ଅଟୋ ଚାଳକଙ୍କୁ ଚିହ୍ନଟ ଏବଂ ଗିରଫ କରିବା ପାଇଁ ଏକ ମାମଲା ଆରମ୍ଭ କରିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments