Homelocalବରିଷ୍ଠ ନାଗରିକଙ୍କୁ ଭାଜପା ପକ୍ଷରୁ ସମ୍ବର୍ଦ୍ଧନା

ବରିଷ୍ଠ ନାଗରିକଙ୍କୁ ଭାଜପା ପକ୍ଷରୁ ସମ୍ବର୍ଦ୍ଧନା

ଗୁଣପୁର, (୨୧/୬) : ଆପ୍ର : ରାୟଗଡ଼ା ଜିଲ୍ଲା ଗୁଣପୁର ନଗର ମଣ୍ଡଳ ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଶନିବାର ସନ୍ଧ୍ୟାରେ କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୧୨ ବର୍ଷ ଏବଂ ଓଡ଼ିଶା ସରକାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୨ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶର ” ଧାରା ଓଡ଼ିଶା ସାରା” ଆନୁକୁଲ୍ୟରେ ବରିଷ୍ଠ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ନଗର ସଭାପତି ଜୟଦେବ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ଭାଜପା ବିଧାୟକ ପ୍ରାର୍ଥୀ ତ୍ରିନାଥ ଗମାଙ୍ଗ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବୁଝାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନଗର ସାଧାରଣ ସମ୍ପାଦକ କିର୍ତ୍ତୀ କୁମାର ପଣ୍ଡା, ଯୁବ ନେତା ଶ୍ରଦ୍ଧା ରଞ୍ଜନ ପଣ୍ଡା, ଜଗଦୀଶ ପଣ୍ଡା, ପୂର୍ବତନ ଜିଲ୍ଲା ଉପ ସଭାପତି ଉଦୟ ନାଥ ପାଢ଼ୀ, ବରିଷ୍ଠ ନେତା ନୀଳ ମାଧବ ପାଢ଼ୀ, ରାଜେନ୍ଦ୍ର ନାୟକ, ଜିଲ୍ଲା ଉପ ସଭାପତି ଶ୍ରୀନିବାସ ସ୍ୱାଇଁ, ପିଙ୍କି ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଗୋପାଳ କୃଷ୍ଣ ପାଣିଗ୍ରାହୀ, ସଂଘମିତ୍ରା ମିଶ୍ର, ରାମ ପ୍ରସାଦ ପଟ୍ଟନାୟକ, ଲଳିତ କୁମାର ବୈଦ୍ୟ ଭୂଷଣ, ମୁରଲୀ ମିଶ୍ର, ଏସ. ସୁରିୟା ରାଓ, ଟି. କ୍ରିଷ୍ଣା ରାଓ, ମାର୍କଣ୍ଡ ଗୌଡ଼, ନବୀନ ଚନ୍ଦ୍ର ପାତ୍ର, କେ.ମୀନ କେତନ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments