Homelocalବନ୍ୟା ବିପନ୍ନଙ୍କ ପାଇଁ ଦେବଦୂତ ସାଜିଲେ ଯବାନ, କାନ୍ଧରେ ବୋହିଲେ ଜିନିଷପତ୍ର

ବନ୍ୟା ବିପନ୍ନଙ୍କ ପାଇଁ ଦେବଦୂତ ସାଜିଲେ ଯବାନ, କାନ୍ଧରେ ବୋହିଲେ ଜିନିଷପତ୍ର

ମାଲକାନଗିରି, (୨୫/୦୯) : ଆପ୍ର : ବନ୍ୟା ଵିପନ୍ନଙ୍କ ଜୀବନ ବଞ୍ଚାଉଛନ୍ତି ଯବାନ । ଗଭୀର ଅବପାତର ପ୍ରଭାବ ଅଧିକ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି ।

ବନ୍ୟା ଜଳରେ ଉବୁଟୁବୁ ମାଲକାନଗିରି ଜିଲ୍ଲା । କୁଳ ଲଙ୍ଘିଛି ପୋଟେରୁ ନଦୀ । ପୋଟେରୁ ଗାଁ ଭିତରେ ପଶିଛି ଜଳ । ଅଧା ଘର ବୁଡିଗଲାଣି ବନ୍ୟାଜଳରେ । ହେଲେ ଜିନିଷ ପତ୍ର ନଛାଡିପାରି ନିଜ ଜୀବନ କୁ ବାଜି ଲଗାଇ ଘର ଛାଡୁନାହାନ୍ତି ପରିବାର ଲୋକେ । ସୁରକ୍ଷାକର୍ମୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି । ଯବାନ ମାନେ ବିପନ୍ନଙ୍କ ଜିନିଷପତ୍ର କାନ୍ଧରେ ଧରି ସୁରକ୍ଷିତ ସ୍ଥାନକୁ ନେଇଯାଉଛନ୍ତି । ବନ୍ୟାଜଳ ଘର ଭିତରେ ପଶିବା ପରେ ମଧ୍ୟ ଅନେକ ପରିବାର ନିଜ ଘର ଛାଡ଼ିବାକୁ ରାଜି ହେଉନାହାନ୍ତି । ଘରେ ଥିବା ଜିନିଷପତ୍ର ଛାଡ଼ି ଯିବାକୁ ଲୋକେ ଅମଙ୍ଗ ହେଉଥିବାରୁ ବିପଦ ଆହୁରି ବଢ଼ିଛି । ତେବେ ଏଭଳି ସମୟରେ ବିପନ୍ନଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି ସୁରକ୍ଷାକର୍ମୀ ।

ବନ୍ୟା ପରିସ୍ଥିତିର ଗମ୍ଭୀରତାକୁ ଦେଖି ଯବାନମାନେ ଗାଁରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି । ଘରେ ରହିବା ଅପେକ୍ଷା ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ବିପନ୍ନ ପରିବାରଙ୍କୁ ପରାମର୍ଶ ଦେଉଛନ୍ତି । ଏଥିସହ ବିପନ୍ନଙ୍କ ଆବଶ୍ୟକୀୟ ଜିନିଷପତ୍ର ମଧ୍ୟ ଯବାନମାନେ ନିଜ କାନ୍ଧରେ ବୋହି ସୁରକ୍ଷିତ ସ୍ଥାନକୁ ନେଇଯାଉଛନ୍ତି । ବନ୍ୟାଜଳ ମଧ୍ୟରେ ନିଜ ଜୀବନକୁ ବିପଦରେ ପକାଇ ବିପନ୍ନଙ୍କୁ ଉଦ୍ଧାର କରୁଥିବା ଯବାନଙ୍କ ଏହି ମାନବିକତା ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ମାଲକାନଗିରିରେ ବନ୍ୟା ପରିସ୍ଥିତି ଗମ୍ଭୀର ଥିବା ବେଳେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments