Homelocalକୁହୁଡ଼ିରେ ଢାଙ୍କି ହେଲା ବଣାଇ, ଲାଇଟ୍ ଜଳାଇ ଯାତାୟାତ କରୁଛନ୍ତି ଲୋକ

କୁହୁଡ଼ିରେ ଢାଙ୍କି ହେଲା ବଣାଇ, ଲାଇଟ୍ ଜଳାଇ ଯାତାୟାତ କରୁଛନ୍ତି ଲୋକ

ବଣାଇ, (୧୫/୧୧) : ଆପ୍ର : ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଘନ କୁହୁଡ଼ି । ସକାଳୁ ସକାଳୁ ଘନ କୁହୁଡ଼ି ସାଙ୍ଗକୁ ଶୀତ ଅନୁଭୂତ ହେଉଛି । ଘନ କୁହୁଡ଼ି ଯୋଗୁ ରାସ୍ତାଘାଟ ଦେଖାଯାଉନି ।

ଲାଇଟ୍ ଲଗାଇ ଯାତାୟତ କରୁଛନ୍ତି ଲୋକ । ସେପଟେ ଶୀତ ପାଇଁ ନିଆଁ ପୁଇଁ ହେଉଛନ୍ତି ଲୋକ । ବିଭିନ୍ନ ପାର୍କରେ ବ୍ୟାୟାମ ପାଇଁ ଭିଡ଼ ଜମୁଛି । ଅନ୍ୟପଟେ ସକାଳୁ ସକାଳୁ ବିଭିନ୍ନ ପାର୍କରେ ଲୋକଙ୍କ ଭିଡ଼ ଜମୁଛି । ଯୁବକଙ୍କଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ଅନେକେ ପ୍ରାତଃଭ୍ରମଣ, ଦୌଡ଼ିବା ଓ ବ୍ୟାୟାମ କରିବାକୁ ପାର୍କରେ ପହଞ୍ଚୁଛନ୍ତି । ଘନ କୁହୁଡ଼ି ଓ ଶୀତ ସତ୍ତ୍ୱେ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ଲୋକେ ନିୟମିତ ବ୍ୟାୟାମ ଜାରି ରଖିଛନ୍ତି। ତେବେ ଘନ କୁହୁଡ଼ି ଯୋଗୁଁ ରାସ୍ତାରେ ଦୃଶ୍ୟମାନତା କମିଯାଉଥିବାରୁ ଯାତାୟାତ ସମୟରେ ସତର୍କ ରହିବା ଜରୁରୀ। ବିଶେଷକରି ଗାଡ଼ି ଚାଳକମାନେ ଧୀର ଗତିରେ ଗାଡ଼ି ଚଳାଇବା ସହ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ବଣାଇରେ ଶୀତ ଓ କୁହୁଡ଼ିର ଏହି ପରିବେଶ ସକାଳର ଦୈନନ୍ଦିନ ଜୀବନକୁ ଏକ ଭିନ୍ନ ରୂପ ଦେଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments