Homeaccidentଟ୍ରକ୍-କାର୍ ମୁହାଁମୁହିଁ ଧକ୍କା, ଅଳ୍ପକେ ବର୍ତ୍ତିଲେ କାର୍ ଯାତ୍ରୀ

ଟ୍ରକ୍-କାର୍ ମୁହାଁମୁହିଁ ଧକ୍କା, ଅଳ୍ପକେ ବର୍ତ୍ତିଲେ କାର୍ ଯାତ୍ରୀ

ଦଶପଲ୍ଲା, (୧୫/୧୧) : ଆପ୍ର : ବସଷ୍ଟାଣ୍ଡ ଭିତରେ ପଶିଗଲା କାର୍ । ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା ।

ଦଶପଲ୍ଲା ଥାନା ଟାକରା ବଜାର ନିକଟରେ ଟ୍ରକ୍ ଓ କାର୍ ମଧ୍ୟରେ ମୁଁହାମୁଁହିଁ ଧକ୍କା ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାରଟି ଛିଟିକି ଯାଇ ବସଷ୍ଟାଣ୍ଡ ଭିତରେ ପଶିଯାଇଥିଲା । ଫଳରେ ବସଷ୍ଟାଣ୍ଡରେ ଲାଗିଥିବା ରେଲିଂ, କଂକ୍ରିଟ୍ ଚେୟାର ଓ ଟାଇଲ୍ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ମିଳିଥିବା ସୂଚନା ଅନୁଯାୟୀ କାରରେ ସୋନପୁର ଲଛପୁର ଅଞ୍ଚଳର ହେମନ୍ତ ମେହେର ଏବଂ ତାଙ୍କ ସମ୍ପର୍କୀୟ ଯାଉଥିଲେ । ତେବେ ସୌଭାଗ୍ଯବଶତଃ ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନାହାଁନ୍ତି । ଦଶପଲ୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ କରୁଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments