Homebreaking newsଏମକେସିଜିରୁ ଭାଇରାଲ ପ୍ରଶ୍ନପତ୍ରକୁ ନେଇ ଖୋଳତାଡ଼, VCଙ୍କ ଜରୁରୀ ବୈଠକ

ଏମକେସିଜିରୁ ଭାଇରାଲ ପ୍ରଶ୍ନପତ୍ରକୁ ନେଇ ଖୋଳତାଡ଼, VCଙ୍କ ଜରୁରୀ ବୈଠକ

ବ୍ରହ୍ମପୁର, (୩୧/୦୭) : ଆପ୍ର : MKCGରୁ PG ପ୍ରଶ୍ନପତ୍ର ଲିକ୍ ତଦନ୍ତ ଆରମ୍ଭ । ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଆୟୋଜିତ PG MD/MS ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ନେଇ ଚର୍ଚ୍ଚା ବଢ଼ିଛି ।

କଲେଜର ଡିନ୍ ଓ ପ୍ରିନ୍ସିପାଲ ପ୍ରଫେସର ଡ଼. ହରିକୃଷ୍ଣ ଦଳାଇ କହିଛନ୍ତି ଯେ, ଜୁଲାଇ ୨୭ରେ ପରୀକ୍ଷା ଚାଲିଥିବାବେଳେ ଏମକେସିଜିରୁ ପ୍ରଶ୍ନପତ୍ରର କିଛି ଅଂଶ ବାହାରକୁ ଯାଇ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହୋଇଥିଲା । ପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଥିଲା ଯେ, ପ୍ରଶ୍ନପତ୍ର ଅନ୍ୟ ମେଡିକାଲ କଲେଜରେ ମଧ୍ୟ ପହଞ୍ଚିଯାଇଛି । ଏହାପରେ ୨୮ତାରିଖରେ କୁଳପତିଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ବସିଥିଲା । ବୈଠକରେ ଜଣେ ମେଡିକାଲ କଲେଜ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ସେମାନଙ୍କ ଜଣେ ଛାତ୍ର ସ୍ୱୀକାର କରିଛନ୍ତି, ଭାଇରାଲ ପ୍ରଶ୍ନପତ୍ର ଏମକେସିଜିରୁ ଆସିଥିଲା । ଏହାପରେ ଘଟଣାର ତଦନ୍ତ, ପ୍ରଶ୍ନପତ୍ର ସୁରକ୍ଷା ବ୍ୟବସ୍ଥା ଏବଂ ଅବଶିଷ୍ଟ ପରୀକ୍ଷାଗୁଡ଼ିକୁ ନିରାପଦ ଭାବେ କିପରି କରାଯିବ ସେନେଇ ଆଲୋଚନା ହୋଇଥିଲା ।

ଆଗାମୀ ଦୁଇଟି ପରୀକ୍ଷାରେ ଅଧିକ କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯିବ ବୋଲି କଲେଜ କର୍ତ୍ତୃପକ୍ଷ କହିଛନ୍ତି । ଏମକେସିଜି ମେଡିକାଲ କଲେଜରେ ଆୟୋଜିତ PG MD/MS ପରୀକ୍ଷା ସମୟରେ ପ୍ରଶ୍ନପତ୍ରର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରଶ୍ନପତ୍ର ଲିକ୍ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ବିଷୟଟି ବିଶ୍ୱବିଦ୍ୟାଳୟ ପାଖକୁ ପହଞ୍ଚିବା ପରେ ତୁରନ୍ତ ବୈଠକ ଡାକି ତଦନ୍ତ ଆରମ୍ଭ କରାଯାଇଛି । ପ୍ରଶ୍ନପତ୍ର କିପରି ବାହାରକୁ ଗଲା, କିଏ ଏଥିରେ ସମ୍ପୃକ୍ତ ଏବଂ ପରୀକ୍ଷାର ସ୍ୱଚ୍ଛତା ଉପରେ ଏହାର କେତେ ପ୍ରଭାବ ପଡ଼ିଛି, ସେନେଇ ଖୋଳତାଡ଼ ଚାଲିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments