HomeFoodପ୍ରଚଣ୍ଡ ଗ୍ରୀଷ୍ମରେ ଶରୀରକୁ ସୁରକ୍ଷା ଦେଉଛି ଓଡ଼ିଆଙ୍କ ପାରମ୍ପରିକ ଖାଦ୍ୟ ‘ପଖାଳ’

ପ୍ରଚଣ୍ଡ ଗ୍ରୀଷ୍ମରେ ଶରୀରକୁ ସୁରକ୍ଷା ଦେଉଛି ଓଡ଼ିଆଙ୍କ ପାରମ୍ପରିକ ଖାଦ୍ୟ ‘ପଖାଳ’

ଭୁବନେଶ୍ୱର (୨୪/୦୫): ରାଜ୍ୟରେ ଦିନକୁ ଦିନ ତାତି ବଢ଼ୁଥିବା ବେଳେ ଅଂଶୁଘାତ ଓ ଶରୀରରେ ପାଣିର ଅଭାବ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏପରି ସମୟରେ ଓଡ଼ିଆଙ୍କ ପାରମ୍ପରିକ ଖାଦ୍ୟ ‘ପଖାଳ’ ଶରୀରକୁ ଶୀତଳ ରଖିବା ସହ ଗ୍ରୀଷ୍ମ ଜନିତ ସମସ୍ୟାରୁ ସୁରକ୍ଷା ଦେଉଥିବାରୁ ଏହାକୁ ସବୁଠାରୁ ଉପକାରୀ ଖାଦ୍ୟ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।

ପଖାଳରେ ଥିବା ତୋରାଣି ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖିବାରେ ସହାୟକ ହୁଏ। ଖରାଦିନେ ଅଧିକ ଘାମ ବାହାରିବା ଫଳରେ ଶରୀରରୁ ସୋଡିୟମ୍‌ ଓ ପୋଟାସିୟମ୍‌ ଭଳି ଆବଶ୍ୟକ ଖଣିଜ ତତ୍ତ୍ୱ କମିଯାଏ। ପଖାଳ ଏହି ଅଭାବକୁ ପୂରଣ କରି ଶରୀରକୁ ସତେଜ ରଖିଥାଏ। ବିଶେଷକରି ପଖାଳ ସହ କଞ୍ଚା ପିଆଜ, ଦହି ଲଙ୍କା ଓ ସାଗଭଜା ଖାଇବା ଶରୀରର ତାପମାତ୍ରାକୁ ନିୟନ୍ତ୍ରଣରେ ରଖିବାରେ ବେଶ ସାହାଯ୍ୟ କରେ।

ବିଶେଷଜ୍ଞମାନଙ୍କ ମତାନୁସାରେ, ପଖାଳ ସହଜରେ ହଜମ ହେଉଥିବାରୁ ଶରୀରରେ ଅଧିକ ଉଷ୍ମା ସୃଷ୍ଟି କରେନାହିଁ। ଏହା ଶରୀରକୁ ଥଣ୍ଡା ରଖିବା ସହ ଶକ୍ତି ମଧ୍ୟ ଯୋଗାଇଥାଏ। ଗ୍ରାମାଞ୍ଚଳରୁ ସହର ପର୍ଯ୍ୟନ୍ତ ଏବେ ମଧ୍ୟ ଅନେକ ଲୋକ ଗ୍ରୀଷ୍ମ ଦିନରେ ପଖାଳକୁ ଦୈନିକ ଖାଦ୍ୟ ଭାବେ ଗ୍ରହଣ କରୁଛନ୍ତି।

ଅନ୍ୟପଟେ ଡାକ୍ତରମାନେ ଖରାଦିନେ ଅଧିକ ତେଲମସଲା ଓ ଜଙ୍କ ଫୁଡ଼ ଖାଇବାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି। ପର୍ଯ୍ୟାପ୍ତ ପାଣି ପିଇବା ସହ ପଖାଳ ଭଳି ପାରମ୍ପରିକ ଖାଦ୍ୟ ଗ୍ରହଣ କଲେ ଅଂଶୁଘାତର ଝୁମ୍ପକୁ ଅନେକ ହଦ ପର୍ଯ୍ୟନ୍ତ କମାଇହେବ ବୋଲି ସେମାନେ କହିଛନ୍ତି।

ସତର୍କତା: ଯଦି କାହାକୁ ପ୍ରଚଣ୍ଡ ଖରା ଯୋଗୁଁ ମୁଣ୍ଡ ବୁଲାଇବା, ଅତ୍ୟଧିକ ଶୋଷ ଲାଗିବା, କିମ୍ବା ବାନ୍ତି ଅନୁଭବ ହୁଏ, ତେବେ ତୁରନ୍ତ ତାଙ୍କୁ ଛାଇ ଜାଗାକୁ ଆଣି ପାଣି ଦିଅନ୍ତୁ ଏବଂ ଓଆରଏସ (ORS) ପାନୀୟ ବ୍ୟବହାର କରନ୍ତୁ। ଆବଶ୍ୟକ ହେଲେ ନିକଟସ୍ଥ ଡାକ୍ତରଖାନାକୁ ନିଅନ୍ତୁ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments