Homelocalଓଡିଶା ସରକାର ଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ହିତାଧିକାରୀଙ୍କୁ ପ୍ରଦାନ ଯାଇଛି ଅନେକ ସରକାରୀ ସୁବିଧା

ଓଡିଶା ସରକାର ଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ହିତାଧିକାରୀଙ୍କୁ ପ୍ରଦାନ ଯାଇଛି ଅନେକ ସରକାରୀ ସୁବିଧା

ରାୟଗଡା, (୨୦/୬) : ଆପ୍ର : ରାୟଗଡା ବ୍ଲକ ପରିସରରେ ଚାରିଦିନ ବ୍ୟାପୀ ଆୟୋଜିତ ହୋଇଛି ଅନେକ କାର୍ଯ୍ୟକ୍ରମ । ଚତୁର୍ଥ ଦିବସରେ ବିଭିନାଣିଭାଗ ତରଫରୁ ସରକାରୀ ପ୍ରୋତ୍ସାହନ ପ୍ରଦାନ କରାଯାଇଥିଲା ।

କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା ମିନୀୟାକା , ବ୍ଲକ ଉପାଧ୍ୟକ୍ଷ ଶ୍ରୀ ହର ପ୍ରସାଦ ହେପ୍ରୁକା, ପୂର୍ବତନ ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, ବିଡ଼ିଓ ସୁଜିତ୍ କୁମାର ମିଶ୍ର, ଏବିଡ଼ିଓ କାଳୁ ଚରଣ ନାୟକ, ଜେମାଦେଇପେଣ୍ଠ ଗୋଷ୍ଠୀ ଜନସ୍ୱାସ୍ଥ୍ୟ ଅଧିକାରୀ ଡ: ବି ସନ୍ତୋଷ କୁମାର, ସିଡ଼ିପିଓ ପାନମଣି ହାଁସଦା, ପ୍ରାଣୀ ସମ୍ପଦ ଅଧିକାରୀ ସୁବ୍ରତ ଦାସ, ସହକାରୀ ଶ୍ରମ ଅଧିକାରୀ ନିରଞ୍ଜନ ଭୂୟାଁ, ସହକାରୀ ତହସିଲଦାର ଶ୍ରୀଯୁକ୍ତ ବିଶ୍ୱାସ ସମିତି ସଭ୍ୟ, ସଭ୍ୟା, ସରପଞ୍ଚ ନିର୍ବାଚିତ ପ୍ରତିନିଧି, ବିଭିନ୍ନ ବିଭାଗୀୟ ହିତାଧିକାରୀ ଉପସ୍ଥିତ ଥିଲେ ।

ସରକାରଙ୍କ ଦ୍ୱାରା ଅଙ୍ଗନୱାଡି କର୍ମୀଙ୍କୁ ମୋବାଇଲ ବଣ୍ଟନ କରାଯାଇଥିଲା। ଯୋଗାଣ ବିଭାଗ ତରଫରୁ ଅଣ ଚାଳିଶି ଜଣଙ୍କୁ ଅନ୍ତଦୋୟ ଅନ୍ନ ଯୋଜନାରେ ନୂତନ ପଡି କାର୍ଡ ବଣ୍ଟନ କରାଯାଇଥିଲା । ପିପଲଗୁଡ଼ାର ଜଣେ ଲକ୍ଷପତି ଦିଦିଙ୍କୁ ଏକ ଲକ୍ଷ ଟଙ୍କାର ଛେଳି ଚାଷ ପାଇଁ ଋଣ, ଚାରି ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସତର ଲକ୍ଷ ଟଙ୍କାର ସ୍ୱାବଳମି ଋଣ ପ୍ରଦାନ କରାଯାଇଥିଲା । ସତୁରି ବର୍ଷ ରୁ ଉର୍ଦ୍ଧ ତିନିଜଣ ଙ୍କୁ ବାୟୋ ବନ୍ଦନା କାର୍ଡ, ତିନି ଜଣଙ୍କୁ ପି ଏମ୍ ଜନ ଆରୋଗ୍ୟ ଯୋଜନା କାର୍ଡ , ଜନ ସୁରକ୍ଷା ଯୋଜନାରେ ତିନିଜଣଙ୍କୁ, ଏବଂ ତିନି ଜଣଙ୍କୁ ଯକ୍ଷ୍ମା ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯାଇଥିଲା ।

ସେହିପରି ପ୍ରାଣୀସମ୍ପଦ ବିକାଶ ବିଭାଗ ତରଫରୁ ଏଗାର ଜଣଙ୍କୁ କୁକୁଡ଼ା ପାଳନ, ଛେଳି ଓ ଗୋପାଳନ ଆଦି ଯୋଜନାରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ଗାନ୍ଧୀନଗର ଉଚ୍ଚ ବିଦ୍ୟାଳୟର ଶିକ୍ଷାର୍ଥୀ ପ୍ରାରମ୍ଭିକ ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶିକ୍ଷକ ନିଳାଞ୍ଚଳ ମିଶ୍ର ମଞ୍ଚ ପରିଚାଳନା କରିଥିଲେ ଏବଂ ଏବିଡ଼ିଓ କାଳୀଚରଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ବିଭାଗୀୟ ଅଧିକାରୀ ରାଜକିଶୋର ଦାଶ ସମେତ ସମସ୍ତ କର୍ମକର୍ତା ସହଯୋଗ କରିଥିଲେ। ମଧ୍ୟାହ୍ନ ଭୋଜନ ପରେ ଅପରାହ୍ନରେ ମହାମହିମ ରାଷ୍ଟ୍ରପତି, ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଲାଇଭ ଟେଲିକାଷ୍ଟ କାର୍ଯ୍ୟକ୍ରମର ଦେଖିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments