କେନ୍ଦୁଝର//ଯୋଡା, (୧୩/୧୧) : ଆପ୍ର : ପୋଲ ଉପରେ ମଦମସ୍ତ ଗୋଠଛଡ଼ା ଦନ୍ତା । ଭୟଭୀତ ଲୋକେ । ଚମ୍ପୁଆ ରେଞ୍ଜ ରିମୂଳି ନିକଟ ଅରଡେଇ ପୋଲ ଉପରେ ବୁଲୁଛି ଗୋଠଛଡା ଦନ୍ତା ।
ସକାଳୁ ଦନ୍ତାକୁ ବୁଲୁଥିବା ଦେଖି ଲୋକେ ଭୟଭୀତ ହୋଇଛନ୍ତି । ଚମ୍ପୁଆ ରେଞ୍ଜ ଶଶାଙ୍ଗ ଗ୍ରାମରେ ୨୮ ଟିକିଆ ହାତୀପଲ ବୁଲୁଛନ୍ତି । ହାତୀପଲ ଗାଁ ନିକଟ ଧାନ ବିଲରେ ପଶି ଧାନ ଫସଲ ଦଳି ଚକଟି ନଷ୍ଟ କରୁଛନ୍ତି । ହାତୀପଲ ଆଜି ବିଲ ନିକଟସ୍ଥ ଜଙ୍ଗଲକୁ ଫେରିବା ସମୟରେ ଗୋଠରେ ଥିବା ଦନ୍ତା ହାତୀଟି ଅରଡେଇ ନଦୀ ପୋଲ ଉପରେ ମଦମସ୍ତ ହୋଇ ବୁଲୁଛି । ପୋଲର ଦୁଇ ପାର୍ଶ୍ଵରେ ଶହଶହ ଲୋକ ଥିଲେ ସୁଦ୍ଧା କାହାରିକୁ ଖାତିର ନକରି ହାତୀଟି ଢଳି ଢଳି ଚାଲୁଛି । ଅନ୍ୟ ହାତୀମାନେ ପୋଲ ତଳେ ତଳେ ଜଙ୍ଗଲରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି ।

