ଯାଜପୁର, (୧୩/୧୧) : ଆପ୍ର : ପୁଣି ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା । ଡମ୍ଫରକୁ ଧକ୍କା ଦେଲା ବସ୍ , ୧୦ ଆହତ । ୧୬ନଂ ଜାତୀୟ ରାଜପଥ ଯାଜପୁର ବଡ଼ଚଣା ଓଭର ବ୍ରିଜ ଉପରେ ମର୍ମନ୍ତୁଦ ଦୁର୍ଘଟଣା ।
ଡମ୍ପରଟି ରାଜପଥ ଉପରେ ଛିଡ଼ା ହୋଇଥିବାବେଳେ ବସଟି ଧକ୍କା ଦେଇଥିଲା । ଦୁର୍ଘଟଣାରେ ୧୦ରୁ ଅଧିକ ଆହତଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତ ମାନଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବସରେ ୪୦ରୁ ଅଧିକ ତୀର୍ଥଯାତ୍ରୀ ଥିଲେ । ବସଟି ପଶ୍ଚିମ ମେଦିନାପୁରରୁ ପୁରୀ ଅଭିମୁଖେ ଯାଉଥିଲା। ଘଟଣାସ୍ଥଳରେ ବଡ଼ଚଣା ପୋଲିସର ତଦନ୍ତ ଜାରି ରହିଛି ।

