Homelocalସିଂଘିଯୁବା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ

ସିଂଘିଯୁବା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର, (୨୦/୦୭) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ସିଂଘିଯୁବା ପଞ୍ଚାୟତ କାର୍ଯ୍ୟାଳୟରେ ଏକ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର ଜିଲ୍ଲା ଆର୍ଥିକ ସେବା ଏବଂ ସଞ୍ଚୟ ଅଧିକାରୀ ମଙ୍ଗଳ ପଧାନ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2026 07 20 at 21.25.22

ଗ୍ରାମାଞ୍ଚଳର ଲୋକମାନଙ୍କ ମଧ୍ୟରେ ସଞ୍ଚୟ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହନ ଦେବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ଶିବିରରେ ସୋନପୁର ଇଣ୍ଡିଆନ୍ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ ମେନେଜର ସତ୍ୟବ୍ରତ ପ୍ରଧାନ ଏବଂ ସିଂଘିଯୁବା ପୋଷ୍ଟମାଷ୍ଟର ଉଦୟକର ସାହୁ ମଞ୍ଚାସୀନ ଥିଲେ । ସେମାନଙ୍କ ସହ ବିନିକାର ଏଜେଣ୍ଟ ସତ୍ୟବାନ ପୁରୋହିତ ମଧ୍ୟ ଉପସ୍ଥିତ ରହି ବିଭିନ୍ନ ଡାକଘର ସଞ୍ଚୟ ଯୋଜନା ଓ ସେବା ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ସଚେତନ କରିଥିଲେ ।

କାର୍ଯ୍ୟକ୍ରମରେ ଶ୍ରୀ ପଧାନ କନ୍ୟା ସନ୍ତାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ପରିଚାଳିତ ସୁକନ୍ୟା ସମୃଦ୍ଧି ଯୋଜନାର ବିଭିନ୍ନ ସୁବିଧା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ । ଅନ୍ୟ ବକ୍ତାମାନେ ମଧ୍ୟ ଡାକଘରର ବିଭିନ୍ନ ସଞ୍ଚୟ ଯୋଜନା ସମ୍ପର୍କରେ ସୂଚନା ଦେଇ ସୁରକ୍ଷିତ ଓ ବିଶ୍ୱସନୀୟ ସଞ୍ଚୟ ପ୍ରଣାଳୀ ଗ୍ରହଣ କରିବାକୁ ଲୋକଙ୍କୁ ପ୍ରେରିତ କରିଥିଲେ ।WhatsApp Image 2026 07 20 at 21.25.22 1

ଏହି ଶିବିରରେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌.ଏଚ୍‌.ଜି.)ର ମହିଳା ସଦସ୍ୟ, ବ୍ୟାଙ୍କ ମିତ୍ର ଏବଂ ସିଂଘିଯୁବା ପଞ୍ଚାୟତର ବହୁ ସଂଖ୍ୟକ ଜନସାଧାରଣ ଯୋଗଦେଇଥିଲେ । ଏଥିସହ ପାଞ୍ଚଜଣ ଡାକଘର ଏଜେଣ୍ଟ ଉପସ୍ଥିତ ରହି ବିଭିନ୍ନ ଯୋଜନା ଓ ସେବା ସମ୍ପର୍କରେ ଲୋକଙ୍କୁ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାରଙ୍କ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପ୍ରୟାସକୁ ସୁଦୃଢ଼ କରିବା ସହ ଲୋକଙ୍କୁ ବିଭିନ୍ନ ଠକ ସଞ୍ଚୟ ସଂସ୍ଥା (ଚିଟ୍‌ଫଣ୍ଡ)ର ପ୍ରତାରଣାରୁ ସଚେତନ କରିବା ଏହି କାର୍ଯ୍ୟକ୍ରମର ଅନ୍ୟତମ ଲକ୍ଷ୍ୟ ଥିଲା । ସମଗ୍ର କାର୍ଯ୍ୟକ୍ରମକୁ ସଞ୍ଚୟ ଓ ଆର୍ଥିକ ସେବା କାର୍ଯ୍ୟାଳୟ କିରାଣୀ ସଞ୍ଜୟ ବାରିକ ସୁଚାରୁରୂପେ ପରିଚାଳନା କରିଥିଲେ । ଏହି ଶିବିରକୁ ସୁବ୍ରତ ମିଶ୍ର, ହରିବନ୍ଧୁ ମେହେର, ପରକ୍ଷିତ ମେହେର , ଶ୍ୟାମଘନ ମେହେର ଓ ସୂର୍ଯ୍ୟକାନ୍ତ ରାଉଳ ସହଯୋଗ କରିଥିଲେ । ସିଂଘିଯୁବା ର ଯୋଗାଣ ସହାୟକ ସୁଶୀଲ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments