Homelocalପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ବିୟୋଗରେ ସର୍ଵ ଦଳୀୟ ଶ୍ରଦ୍ଧାଞ୍ଜଳି

ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ବିୟୋଗରେ ସର୍ଵ ଦଳୀୟ ଶ୍ରଦ୍ଧାଞ୍ଜଳି

ଗୁଣପୁର, (୧୪/୬) : ଆପ୍ର : ଆଜି ସ୍ୱର୍ଗତ ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଙ୍କ ବିୟୋଗରେ ସର୍ବ ଦଳୀୟ ଶ୍ରଦ୍ଧାଞ୍ଜଳି ସଭା ଗୁଣପୁର ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2026 06 14 at 19.51.53

ଏହି ସର୍ବ ଦଳୀୟ ଶ୍ରଦ୍ଧାଞ୍ଜଳି ସଭାରେ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ , ତ୍ରିପତି ଗମାଙ୍ଗ ସି ପି ଆଇ (ଏମଏଲ)ଲିବରେସନ ଜିଲ୍ଲା ସମ୍ପାଦକ, ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗ, ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ୍ୟ ବିଜୟ ଗମାଙ୍ଗ, ପୂର୍ବତନ ପଞ୍ଚାୟତ ସମିତି ଅଧକ୍ଷ୍ୟ ବାଳି ଗମାଙ୍ଗ, ଅଶ୍ୱିନୀ ଗମାଙ୍ଗ, ପୂର୍ବତନ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ତଥା ଜିଲ୍ଲା ସଂଯୋଜକ ପ୍ରମୋଦ କୁମାର ସାହୁ ,ପୌର ଉପାଧ୍ୟକ୍ଷ ଶିବ ଗୌଡ଼ , ଅକ୍ଷୟ ଦାସ , ରମେଶ ଲିମା, ଏସ ବାବା ପ୍ରସାଦ ରାଓ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ରାମମୂର୍ତ୍ତି ଗମାଙ୍ଗ ଗୁଣୁପୁର ବିଧାନସଭା ବିକାଶର ସାରଥୀ ଥିଲେ ଏବଂ ଗୁଣୁପୁର ବିଧାନସଭାରେ ଅଣ କଂଗ୍ରେସର ମୂଳଦୁଆ ପକେଇ ଥିବା ମତ ବ୍ୟକ୍ତ କରିଥିଲେ ।WhatsApp Image 2026 06 14 at 19.51.53 1

ଏହି ଶ୍ରଦ୍ଧାଞ୍ଜଳି ସଭାରେ ସ୍ୱର୍ଗତ ରାମମୂର୍ତ୍ତି ଗମାଙ୍ଗ ଙ୍କ ସ୍ମୃତି ଏବଂ ବିକାଶର ସାରଥୀ ଉଦ୍ଦେଶ୍ୟରେ ଏକ ପ୍ରତିମୂର୍ତ୍ତି ଗୁଣୁପୁରର ମୁଖ୍ୟ ଜାଗା ରେ କରିବା ପାଇଁ ବିଜେପିର ଜିଲ୍ଲା ସଂଯୋଜକ ପ୍ରମୋଦ କୁମାର ସାହୁ ଉପସ୍ଥାପନା କରିବା ସହ , ସର୍ବ ଦଳୀୟ ଶ୍ରଦ୍ଧାଞ୍ଜଳି କମିଟିର ସମସ୍ତ ସଦସ୍ୟ ଙ୍କୁ ଜଣାଇ ଥିଲେ । ଖୁବ ଶୀଘ୍ର ଏହି ପ୍ରତିମୂର୍ତ୍ତି କରିବା ପାଇଁ ପୌର ଉପାଧକ୍ଷ ଶିବ ଗୌଡ଼ଙ୍କୁ ଦାୟିତ୍ୱ ଦିଆ ଯାଇଥିଲା ଏବଂ ଏହି କାର୍ଯ୍ୟକ୍ରମ ରେ ସମସ୍ତ ସଦସ୍ୟ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଥିଲା । ଏହି ପ୍ରସ୍ତାବରେ ବର୍ତ୍ତମାନ ର ବିଧାୟକ ଏବଂ ପୂର୍ବତନ ବିଧାୟକ ମଧ୍ୟ ସହମତି ଦେଇଥିଲେ । କାର୍ଯ୍ୟକ୍ରମ କୁ ଜିଲ୍ଲା ସଂଯୋଜକ ବିଜେପି ର ପ୍ରମୋଦ କୁମାର ସାହୁ ସଂଚାଳନ କରିଥିବା ବେଳେ ଧନ୍ୟବାଦ କଂଗ୍ରେସର ତରଣୀ ଶତପଥୀ ଦେଇଥିଲେ l

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments