Homebreaking newsଲ୍ୟାମ୍ପସର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ଦାସ ଗିରଫ

ଲ୍ୟାମ୍ପସର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ଦାସ ଗିରଫ

ମୟୂରଭଞ୍ଜ, (୦୧/୦୮) : ଆପ୍ର : ମୟୂରଭଞ୍ଜ ଜିଲ୍ଲା ବେତନଟୀ ଲ୍ୟାମ୍ପସର ୪୦ ଲକ୍ଷ ୯୪ ହଜାର ଟଙ୍କା ହେରଫେର ମାମଲାରେ ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ଦାସ ଗିରଫ

ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ହିମାଂଶୁ ଦାସ । ଗିରଫ ପରେ ଆଜି ତାଙ୍କୁ ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯାଇଥିଲା । ୨୦୧୭-୧୮ ଆର୍ଥିକ ବର୍ଷରେ ବେତନଟୀ ଲ୍ୟାମ୍ପସର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିବାବେଳେ ହିମାଂଶୁ ଦାସ ଚାଷୀମାନଙ୍କଠାରୁ କୃଷି ଓ ଫସଲ ଋଣ ପରିଶୋଧ, ସଦସ୍ୟ ଶେୟାର ପୁଞ୍ଜି, ଆବେଦନ ଫି ଏବଂ ପ୍ରଶାସନିକ ଶୁଳ୍କ ବାବଦରେ ଅର୍ଥ ସଂଗ୍ରହ କରିଥିଲେ ।

ସେ ଚାଷୀମାନଙ୍କୁ ରସିଦ ମଧ୍ୟ ପ୍ରଦାନ କରିଥିଲେ। କିନ୍ତୁ ସଂଗୃହୀତ ଅର୍ଥକୁ ସୋସାଇଟିର ଖାତାରେ ଜମା କରି ନଥିଲେ । ଦୈନିକ ହିସାବ ପୁସ୍ତକରେ କାରବାରର କୌଣସି ଉଲ୍ଲେଖ କରିନଥିଲେ । ସେ ୪୦ ଲକ୍ଷ ୯୪ ହଜାର ଟଙ୍କା ଆତ୍ମସାତ କରିଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି । ଏହି ଘଟଣାରେ ବାରିପଦା ଭିଜିଲାନ୍ସ ୟୁନିଟ୍ ପକ୍ଷରୁ ତାଙ୍କ ନାଁରେ ଏକାଧିକ ମାମଲା ରୁଜୁ କରାଯାଇଛି । ହିମାଂଶୁ ଦାସଙ୍କୁ ୨୦୨୨ ଏପ୍ରିଲ ୪ରେ ଚାକିରିରୁ ବରଖାସ୍ତ କରାଯାଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments