Homebreaking newsରାଜାଧାନୀରେ ଚତୁର ବାଇକ ଚୋର, ହାଣ୍ଡେଲ ଲକ୍ ଭାଙ୍ଗି ଚୋରି କରି ନେଉଛନ୍ତି ବାଇକ

ରାଜାଧାନୀରେ ଚତୁର ବାଇକ ଚୋର, ହାଣ୍ଡେଲ ଲକ୍ ଭାଙ୍ଗି ଚୋରି କରି ନେଉଛନ୍ତି ବାଇକ

ଭୁବନେଶ୍ୱର, (୦୧/୦୮) : ଆପ୍ର : ରାଜାଧାନୀରେ ଚତୁର ବାଇକ ଚୋର । ପୋଲିସ ଆଗରେ ବାହାନା କରି ଚୋରି କରି ନେଉଛନ୍ତି ବାଇକ । ଗଳି ଗଳି ବୁଲି ଠାବ କରୁଛନ୍ତି ଦୁଇ ଚକିଆ ବାଇକ ।

ଆଉ ସୁବିଧା ଦେଖି ମାଷ୍ଟର କି ଓ ଗୋଡ଼ରେ ହାଣ୍ଡେଲ ଲକ୍ ଭାଙ୍ଗି ଚୋରି କରି ନେଉଛନ୍ତି ବାଇକ । ଏଭଳି ଢଙ୍ଗରେ ଘର ଆଗରେ ପାର୍କିଂ ଥିବା ବାଇକ ଚୋରି କରିନେଲା ଦୁର୍ବୃତ୍ତ । ଏଭଳି ଏକ ଘଟଣା ଘଟିଛି ଭୁବନେଶ୍ୱର VSS ନଗରରେ । ଆଲୋକ ସାହୁ ନାମକ ଜଣେ ବ୍ୟକ୍ତି ଘର ଆଗରୁ ବାଇକ ଚୋରି କରିନେଇଛି ଦୁର୍ବୃତ୍ତ । ବୁଧବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ଗାଡ଼ିର ହାଣ୍ଡେଲ ଭାଙ୍ଗି ଚୋରୀ କରିନେଇଛି । ଚୋରୀ ବେଳର ସମସ୍ତ ଚିତ୍ର ସିସିଟିଭିରେ କଏଦ ହୋଇଛି । ସବୁଠୁ ବଡ଼ କଥା ହେଲା ଦୁର୍ବୃତ୍ତ ବାଇକ ଚୋରୀ କରୁଥିବା ବେଳେ ପୋଲିସ ପାଟ୍ରୋଲିଂ କରୁଥିଲେ ମଧ୍ୟ ପୋଲିସକୁ ଦେଖି ମୋବାଇଲ୍ ରେ କଥା ହେବା ବାହାନା କରୁଛନ୍ତି । ପୋଲିସ ଗଲା ପରେ ଚୋରି କରି ଛୁ ମାରୁଛନ୍ତି । ଏନେଇ ଆଲୋକ ସହିଦନଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ସିସିଟିଭି ଆଧାରରେ ତଦନ୍ତ କରୁଛି। ତେଣୁ ସତର୍କ ରୁହନ୍ତୁ । ଅନ୍ତତଃ ଦୁଇଟି ତାଲା ପକାନ୍ତୁ ନଚେତ୍ ଡିଜିଟାଲ ଲକ୍ ବା ଜିପିଏସ ଟ୍ରାକର ନଜରରେ ରଖନ୍ତୁ ବୋଲି ପୋଲିସ କହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments