ଭୁବନେଶ୍ବର, (୦୮/୧୦) : ଆପ୍ର : ପୂଜା ପୂର୍ବରୁ ମାତିଲେ ଲୁଟେରା । ବରିଷ୍ଠ ନାଗରିକଙ୍କ ଠାରୁ ଲୁଟିନେଲେ ଟଙ୍କା । ବ୍ୟାଙ୍କରୁ ଟଙ୍କା ଉଠାଇବା ବେଳେ ଟାର୍ଗେଟ କଲେ ଲୁଟେରା ।
ବାଟରେ ଏକାକୀ ଦେଖି ଝାମ୍ପିନେଲେ ଦୁଇ ଦୁର୍ବୃତ୍ତ। ବାଇକ ଯୋଗେ ଆସି ଲୁଟିନେଲେ ମୁଖା ପିନ୍ଧା ଲୁଟେରା । ଲୁଟ୍ ଶିକାର ହୋଇଛନ୍ତି ରୁଚିକା ମାର୍କେଟରେ ରହୁଥିବା ବରିଷ୍ଠ ନାଗରିକ । ପୂର୍ବତନ ସଚିବାଳୟ କର୍ମଚାରୀ ସୁରେନ୍ଦ୍ର ନାଥ ନାୟକଙ୍କୁ ଲୁଟ୍ କରିଛନ୍ତି । ତାଙ୍କ ହାତରେ ଥିବା ବ୍ୟାଗ ଝାମ୍ପି ନେଇଛନ୍ତି । ବ୍ୟାଗରେ ୫୦ହଜାର ଟଙ୍କା ସହ ପାସବୁକ ଓ ଚେକବୁକ ନେଇ ଛୁ ମାରିଛନ୍ତି ।
ଲୁଟ୍ ପରେ ସେହି ଅଞ୍ଚଳରେ ବରିଷ୍ଠ ନାଗରିକଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି । ଦିନ ଦିପହରେ ଏପରି ଲୁଟ୍ ଘଟଣାକୁ ବରିଷ୍ଠ ନଗରିକ ନାପସନ୍ଦ କରି ପୋଲିସ କୁ ସହଯୋଗ ପାଇଁ ନିବେଦନ କରିଛନ୍ତି । ଏଭଳି ଘଟଣା ରୋକିବା ସହ ଲୁଟେରାଙ୍କୁ ଚିହ୍ନଟ କରି ଧରିବା ପାଇଁ ପୋଲିସକୁ ନିବେଦନ କରିଛନ୍ତି ସ୍ଥାନୀୟ ଲୋକେ । ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଲୁଟେରାଙ୍କ ସନ୍ଧାନ ଚଳାଇଥିବା ଜଣାପଡ଼ିଛି ।

