ଗୁଣପୁର, (୮/୧୦) : ଆପ୍ର : ରାୟଗଡ଼ା ଜିଲ୍ଲାର କୃଷକ ଉତ୍ପାଦକ ସଙ୍ଗଠନ ଗୁଡିକୁ ସଠିକ୍ ଭାବରେ ପରିଚାଳନା କରିବା ଓ ଆର୍ଥିକ କାରବାରରେ ସ୍ବଚ୍ଛତା ରଖିବା ଉଦ୍ଦେଶ୍ୟରେ କୃଷି ବିଜ୍ଞାନ କେନ୍ଦ୍ର ରାୟଗଡ଼ା ପରିସରରେ କେନ୍ଦ୍ରର ବୈଜ୍ଞାନିକ ରାଜୀବ ଟୁଡୁ ଙ୍କ ତତ୍ତ୍ଵାବଧାନରେ ତୃତୀୟ ପର୍ଯ୍ୟାୟ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା ।
ଏହି ପ୍ରଶିକ୍ଷଣ ଶିବିରରେ ଗୁଣପୁର ବ୍ଲକର ୯ ଟି କୃଷକ ଉତ୍ପାଦକ ସଙ୍ଗଠନର ୨୫ ଜଣ ବୋର୍ଡ ନିର୍ଦ୍ଦେଶକ , ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସଦସ୍ୟ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡଃ ଅରବିନ୍ଦ ଦାସ ଅଧ୍ୟକ୍ଷତା କରି କର ବ୍ୟବସ୍ଥା ଓ ଆଇନଗତ ଅନୁପାଳନ ଉପରେ ଗୁରୁତ୍ବ ଦେଇଥିଲେ । ଏଥିରେ ଆଭାସି ମାଧ୍ୟମରେ ଓ. ୟୁ . ଏ.ଟି ର ସଂପ୍ରସାରଣ ନିର୍ଦ୍ଦେଶାଳୟର ଅଧ୍ୟକ୍ଷ ଡ଼ଃ ସୁଶାନ୍ତ ସ୍ବାଇଁ ଏବଂ ଯୁଗ୍ମ ନିର୍ଦେଶିକା (ସୂଚନା) ତଥା ସେଣ୍ଟର ଅଫ୍ ଏକ୍ସିଲେନ୍ସି ର ମୁଖ୍ୟ ଅନୁସନ୍ଧାନକାରି ଡ଼ଃ ସର୍ଵାଣି ଦାସ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ଆଲୋକପାତ କରି ଅଧିବେଶନ ଆରମ୍ଭ କରିଥିଲେ ।
ଏଥିରେ କମ୍ପାନୀ ସେକ୍ରେଟାରୀ ସୁନିଲ କୁମାର ଦେଓ ଓ ଦୁଷ୍ମନ୍ତ କୁମାର ପଣ୍ଡା ବିଶେଷଜ୍ଞ ଭାବେ ଯୋଗଦେଇ ଅନୁପାଳନ ଦ୍ଵାରା ବ୍ୟବସାୟ ଅଧିକ ସୁରକ୍ଷିତ ଓ ବିଶ୍ଵସନିୟ ହୁଏ ବୋଲି କହିଥିଲେ । ଏହା ପରେ ଆୟୋଜିତ ପ୍ରଶ୍ନୋତ୍ତର ଅଧିବେଶନ ରେ ଏଫ ପି ଓ ପ୍ରତିନିଧି ମାନେ ନିଜର ବିଭିନ୍ନ ଆଇନଗତ ଓ ପ୍ରଶାସନିକ ସମସ୍ୟା ଉପସ୍ଥାପନ କରି ବିଶେଷଜ୍ଞଙ୍କ ଠାରୁ ଆବଶ୍ୟକ ପରାମର୍ଶ ପାଇଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସଫଳ ପରିଚାଳନାରେ କୃଷି ବିଜ୍ଞାନ କେନ୍ଦ୍ରର ଡ଼ଃ ନରମ ରାମୁ , ଡ଼ଃ ଅନିନ୍ଦିତା ରାୟ , ପରିମଳ ତରାଇ, ସୁସ୍ମିତା ମହାନ୍ତି ଓ ସୌଭାଗ୍ୟ ରଞ୍ଜନ ଦାସ ପ୍ରମୁଖ ସହଯୋଗ କରିଥିଲେ ।

