Homelocalଦୀର୍ଘ ସେବା ପରେ ଅବସର, ମୁରିବାହାଲରେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା

ଦୀର୍ଘ ସେବା ପରେ ଅବସର, ମୁରିବାହାଲରେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା

ମୁରିବାହାଲ, (୨୧/୦୭) : ଆପ୍ର : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର କ୍ଲଷ୍ଟର ପକ୍ଷରୁ ସ୍ଥାନୀୟ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।

ଦୀର୍ଘ ବର୍ଷ ଧରି ଶିକ୍ଷା କ୍ଷେତ୍ରେ ନିଷ୍ଠାର ସହ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷୟିତ୍ରୀ ଶାନ୍ତିଲତା ପଧାନ ଓ ମୁରିବାହାଲ ପିୟୁପିଏସର ପୂର୍ବତନ ବରିଷ୍ଠ ସହକାରୀ ଶିକ୍ଷକ ଶ୍ରୀମୁଖ ବିହାରୀ ଷାଣ୍ଢଙ୍କୁ ଏହି ଅବସରେ ସ୍ୱତନ୍ତ୍ର ରୂପେ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଓ ଉପସ୍ଥିତି ମୁରିବାହାଲ କ୍ଲଷ୍ଟର ସିଆର୍‌ସିସି ହୃଷିକେଶ ଶିକାଙ୍କ ତତ୍ତ୍ଵାବଧାନରେ ଓ ଶିକ୍ଷକ ଚିନ୍ମୟ କୁମାର ସ୍ୱାଇଁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ମୁରିବାହାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୋଦଣ୍ଡଧର ଭୋଇ, ପୂର୍ବତନ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଭୋଇ, ମୁରିବାହାଲ ଗ୍ରାମ ପଞ୍ଚାୟତ ସରପଞ୍ଚ ବିଶ୍ଵବିହାରୀ ଯୋଶୀ, ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା ଉପସ୍ଥିତ ଥିଲେ ।

କ୍ଲଷ୍ଟର ପ୍ରଧାନ ଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ବହୁ ଶିକ୍ଷାପ୍ରେମୀ uଯୋଗଦେଇ ଅବସରପ୍ରାପ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ । ଶେଷରେ ଅବସରପ୍ରାପ୍ତ ଉଭୟ ଶିକ୍ଷକ-ଶିକ୍ଷୟିତ୍ରୀ ନିଜ ଦୀର୍ଘ କର୍ମମୟ ଜୀବନର ଅନୁଭୂତି ବାଣ୍ଟିବା ସହ ସମସ୍ତଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ । ବରିଷ୍ଠ ଶିକ୍ଷକ ଥୟରାଜ ପ୍ରଧାନୀ ଓ ଲମ୍ବୋଦର ଭୋଇ ଧନ୍ୟବାଦ ଦେଇଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments