Homelocal୮୦ ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

୮୦ ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରାଇକିଆ, (୦୧/୦୮) : ଆପ୍ର : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରେ ଅୟୋଜନ କମିଟି ପକ୍ଷରୁ ୮୦ ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।

ବ୍ଲକ ସଭାଗୃହରେ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷା ରୀନା ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି । ଏହି ପ୍ରସ୍ତୁତି ବୈଠକରେ ସ୍ୱାଧୀନତା ଦିବସ ପାଳନ ଉତ୍ସବ ବିଜୟ ଉଚ୍ଚ ବିଦ୍ୟାଳୟର ଖେଳ ପଡ଼ିଆରେ ଅୟୋଜନ କରିବା ପାଇଁ ନିଷ୍ପତି ହୋଇ ଯାଇଅଛି । ଏବଂ ମୂଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ଚୟନ କରାଯାଇ ଅଛି । ଏନ୍ ସି ସି ଓ ସିଭିଲ ଗ୍ରୁପ୍ ଗୁଡ଼ିକ ମଧ୍ୟରେ ପ୍ୟାରେଡ୍ ପ୍ରତିଯୋଗିତା ହେବ ଏବଂ ମନୋନୀତ ବିଚାରକ ମଣ୍ଡଳୀ ଦ୍ୱାରା ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିବା ପାଇଁ ନିଷ୍ପତ୍ତି କରାଗଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ତତ୍ୱାବଧାନରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯିବ ଏବଂ ପ୍ରାଥମିକ ବିଦ୍ୟାଳୟ , ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଗୁଡ଼ିକ ଅନୁଷ୍ଠିତ କରାଯାଇ କୃତିପ୍ରତିଯୋଗି ମାନଙ୍କୁ ମାନପତ୍ର ସହ ଟ୍ରଫି ଗୁଡ଼ିକ ପୁରସ୍କୃତ କରାଯିବ ।

ଏହି ପ୍ରସ୍ତୁତି ବୈଠକ ରାଇକିଆ ବିଡିଓ ସବ୍ୟସାଚୀ ସାହୁ ଆହ୍ୱାନ କରି ପରିଚାଳନା କରିଥିବାବେଳେ ବ୍ଲକ ସାମଜିକ ସୁରକ୍ଷା ଅଧିକାରି ରାମକୃଷ୍ଣ ବେହେରା ସ୍ୱାଗତ ଜଣାଇ ସଂଜଯୋନା କରିଥିଲେ ଏବଂ କୋଷାଧକ୍ଷ ଦୁର୍ଯ୍ୟୋଧନ ଲେଙ୍କା ଓ ଯୁଗ୍ମ ସମ୍ପାଦକ ବୈଠକ ରେ କ୍ରମାନୁସାରେ ଆନୁଷଙ୍ଗିକ କାର୍ଯ୍ୟକ୍ରମ ଗୁଡିକ ବିଷୟରେ ଗୋଟି ଗୋଟି କରି ଉପସ୍ଥାପନ କରି ନିଷ୍ପତି ଗ୍ରହଣ କରାଯାଇଥିଲା, ଏହି ବୈଠକରେ ସରପଞ୍ଚ ଅକ୍ଷୟ କୁମାର ପ୍ରଧାନ, ସନ୍ତୋ ସ ଲେଙ୍କା, ସୁକାନ୍ତ କୁମାର ନାୟକଙ୍କ, ଶିକ୍ଷକ, ଓ ଜନପ୍ରତିନିଧି ମାନେ ଓ ସ୍ଥାନିୟ ବୁଦ୍ଧିଜୀବି ଓ କମିଟି ସଭ୍ୟ ମାନେ ଯୋଗ ଦେଇଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments