Homelocalସୁଧା କିରଣ କଲେଜ ରେ ବନମହୋତ୍ସବ ଅନୁଷ୍ଠିତ

ସୁଧା କିରଣ କଲେଜ ରେ ବନମହୋତ୍ସବ ଅନୁଷ୍ଠିତ

ରାଇକିଆ, (୦୧/୦୮) : ଆପ୍ର : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଅନ୍ତର୍ଗତ ସୁଧା କିରଣ ଆବାସିକ ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କ ସଭାପତିତ୍ବରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2026 07 31 at 18.00.27

ମୁଖ୍ୟଅତିଥି ଭାବେ ରେଞ୍ଜ ଅଫିସର୍ ଯୁଧିଷ୍ଟିର ବେହେରା ଯୋଗ ଦେଇ ବୃକ୍ଷର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ.ଶଙ୍କର୍ଷଣ ସାହୁ ଯୋଗଦେଇ ଗ୍ଲୋବାଲ ୱାର୍ମିଂ ଉପରେ ସଚେତନ କରିଥିଲେ । ସମ୍ମାନିତ ଅତିଥିଭାବେ ପ୍ରଦୀପ କୁମାର ବେହେରା କହିଛନ୍ତି ଅତୀତରେ ଆମ ଜଙ୍ଗଲ କେତେ ଭରପୂର ଥିଲା ଆଜି ଜଙ୍ଗଲକ୍ଷୟ ହେବାରେ ଲାଗିଛି ତେଣୁ ସଂକଳ୍ପ କରି ସବୁ ପିଲା ଗଛଟିଏ ଲଗାଇବା ଉଚିତ୍ । ଅଧ୍ୟାପକ ଡ. ସନ୍ତୋଷ କୁମାର ନାୟକ ଏହି କାର୍ଯ୍ୟ ପରିଚାଳନା କରିଥିଲେ । ଅଧ୍ୟାପକ ଆଲୋକ କୁମାର ପରିଚ୍ଛା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଧର୍ମେନ୍ଦ୍ର ଦିଗାଲ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ବେହେରା ,ବିଜୟ ଲକ୍ଷ୍ମୀ ଦୋରା , ଅଧ୍ୟାପକ ନିଳାଞ୍ଚଳ ସାହୁ,ବିଭୂଷଣ ପ୍ରଧାନ,ଛାତ୍ର ଅମ୍ଳାନ ନାୟକ ସହଯୋଗ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments