- କିଛି ଜନ ସାଧାରଣ ଙ୍କ ଚର୍ଚ୍ଚା ପଞ୍ଚାୟତ କୁ ବଦନାମ କରିବାକୁ କିଛି ଷଡ଼ଯନ୍ତ୍ର କାରୀଙ୍କ ଚକ୍ରାନ୍ତ ବୋଲି ଶୁଣିବାକୁ ମିଳୁଛି
ଗଞ୍ଜାମ, (୩୦/୦୯) : ଆପ୍ର : ବର୍ଷା ଦିନରେ ବି ପାଣି ସମସ୍ୟା । ବାରମ୍ବାର ପାଣି ସମସ୍ୟାର ସମାଧାନ ପାଇଁ ଦାବି ପରେ ମଧ୍ୟ ସମାଧାନ ନ ହେବାରୁ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଉଛନ୍ତି ଲୋକେ । ଏଭଳି ଚିତ୍ର ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକର ଭୂତସରସିଙ୍ଗ୍ ପଞ୍ଚାୟତର ରାଜପୁର ଗାଁରୁ । ରାଜପୁର ଗାଁରେ ଦୀର୍ଘ ଦିନ ହେବ ପାଣି ସମସ୍ୟା ଲାଗି ରହିଥିବା ଯୋଗୁଁ ଲୋକେ ବାଧ୍ୟ ହୋଇ ଆଜି ରାସ୍ତାରୋକ କରିଛନ୍ତି । ରାଜପୁରର ଦାସିଆମାରପଲ୍ଲୀ ଛକରେ ରାସ୍ତାରୋକ କରିଛନ୍ତି ରାଜପୁର ଗାଁର ଲୋକେ । ଯାହାଫଳରେ ଆସିକା -ହୁମ୍ମା ଯାତାୟାତ ବାଧାପ୍ରାପ୍ତ ହୋଇଛି ।
ଉଭୟ ପାର୍ଶ୍ବରେ ଶହ ଶହ ଯାନବାହନ ଅଟକି ରହିଛି । ଘଟଣା ଶୁଣି ପୁରୁଷୋତ୍ତମପୁର ଏସଡ଼ି ପିଓ,, ସୁଜିତ ନାୟକ, ଆଇ. ଆଇସି କୂଳମଣି ସେଠୀ, ଏନ ଏସି ଦାଇତ୍ୱରେ ଥିବା ଅତିରିକ୍ତ1 ତହସିଲଦାର ସଂଗୀତାକୁମାରୀ ସେଠୀ,ଥାନା ଷ୍ଟାଫ, ଏଟିଓ ପି ଦେବାଶିଷ ମହାପାତ୍ର, ପାନୀୟ ଜଳ ଯୋଗାଣ ଏସଡ଼ିଓ ନର୍ମଦା ପାତ୍ର, ଯେଇ ସଂଗ୍ରାମ ସ୍ୱାଇଁ, ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ସହିତ ମୁଖ୍ୟ ସମସ୍ୟା ର ସମାଧାନ କରି ସଙ୍ଗେ, ସଙ୍ଗେ ପାଣି ଚାଲିଥିଲା ।
ଘଟଣାରୁ ପ୍ରକାଶ ଯେ ଗତ 25 ତାରିଖ ଦିନ ବିଦ୍ୟୁତ ସମସ୍ୟା ନେଇ କିଛିଲୋକ ବର୍ତମାନ ସରପଞ୍ଚ ମନୋଜ ଦାଶ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ତେବେ ବିଦ୍ୟୁତ ବିଭାଗ କୁ ସରପଞ୍ଚ ଫୋନକରିବା ପରେ ସେମାନଙ୍କ ଷ୍ଟାଫ ଆସି ସମସ୍ୟାର ସମାଧାନ କରିଥିଲେ । କିନ୍ତୁ ସେଠାରେ ଥିବା ଡ୍ରାଇଭର ଓ କିଛି ଚକ୍ରାନ୍ତ କାରି ରାଜପୁର ଲୋକଙ୍କୁ କୁବୁଦ୍ଧି ଦେଈ ପାଣି ଚଳାଇବାକୁ ମନା କରିଥିଲେ । ଯାହାଦ୍ୱାରା ସେମାନେ ଏହିଘଟଣା କୁ ଆଗକୁ ନେଇ ପଞ୍ଚାୟତ ର ବର୍ତମାନ ସରପଞ୍ଚ ଙ୍କୁ ବଦନାମ କରିବା ପାଇଁ ତାଙ୍କର ଚାଲ ଖେଳାଇଥିଲେ । କିନ୍ତୁ ସମସ୍ତ ଅଧିକାରୀ ପହଞ୍ଚି ଯିବାରୁ ସେମାନଙ୍କ ଆଶା ମଉଳି ଯିବାର ଦେଖା ଦେଇଛି । ଏବଂ ପାଣି ସଙ୍ଗେ ସଙ୍ଗେ ପାଣି ଚାଲିଥିଲା । ଏବଂ ରାସ୍ତା ରୋକବନ୍ଦ ହୋଇଥିଲା ।

